ଦଳ ଛାଡ଼ିଲେ ପୂର୍ବତନ କଟକ ବିଜେଡି କର୍ପୋରେଟର୍ ରମଜାନ୍ ଖାଁ

ଭୁବନେଶ୍ୱର,୧୬/୯: ପୂର୍ବତନ କଟକ ବିଜେଡି କର୍ପୋରେଟର୍ ରମଜାନ୍ ଖାଁ ବିଜେଡି ସୁପ୍ରିମୋ ଙ୍କ ଉପରେ ଖପ୍ପା । ଏନେଇ ପୂର୍ବତନ କଟକ ବିଜେଡି କର୍ପୋରେଟର୍ ରମଜାନ୍ ଖାଁ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡି ୱାକାଫ ବିଲ୍ ପ୍ରସଙ୍ଗରେ ସଂଖ୍ୟାଲଘୁ ସହିତ ରହି ନ ଥିବା ଅଭିଯୋଗ ଆଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।

ସୂଚନାଯୋଗ୍ୟ, କଟକ ମହାନଗର ନିଗମର ୧୪ ନମ୍ୱର୍ ୱାର୍ଡ ରୁ ବିଜେଡି ଟିକେଟରେ କର୍ପୋରେଟର ଜିତିଥିଲେ । ୨୦୧୪ ରୁ ୨୦୧୯ ସି ଏମ୍ ସି ରେ କର୍ପୋରେଟର ଥିଲେ ।

ଏବେ କଟକ ବିଜେଡିରେ ଭୀଷଣ ଅନ୍ତର୍ଦ୍ୱନ୍ଦ୍ୱ ଚାଲିଛି। ପ୍ରଭାତ ବିଶ୍ୱାଳ ଓ ସୌଭିକ୍ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ ଘଟଣା ପରେ ୧୪ ଜଣ କର୍ପୋରେଟର୍ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି। ଏହା ପୂର୍ବରୁ ମଧୁସୂଦନ ସାହୁ (ପୂର୍ବତନ ଡେପୁଟି ମେୟର) ଓ ରଞ୍ଜନ ବିଶ୍ୱାଳ ବି ଦଳ ଛାଡ଼ିଥିଲେ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।

Leave a Reply

Your email address will not be published. Required fields are marked *