ଆମେରିକାର ଏକ ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ମୃତ 

ନୂଆଦିଲ୍ଲୀ, ୧୬/୯: ଆମେରିକାର ଲସ୍ ଆଞ୍ଜେଲସର ସାନ୍ ଫର୍ଣ୍ଣାଣ୍ଡୋ ଭ୍ୟାଲିରେ ଘଟିଛି ଏକ ଦୁର୍ଘଟଣା । ଏକ ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଲରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଚାଟସୱର୍ଥ ଅଞ୍ଚଳରେ ଘଟିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରଟି କେଉଁ ନ୍ୟୁଜ୍ ଚ୍ୟାନେଲର ବୋଲି ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।ହେଲିକପ୍ଟରଟି ଏକ ବସ୍ ଦୁର୍ଘଟଣାର କଭରେଜ୍ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁଯାୟୀ, ଦୁର୍ଘଟଣାଟି ନର୍ଥ ମେସନ୍ ଆଭେନ୍ୟୁର ୯୧୦୦ ବ୍ଲକ୍ ନିକଟରେ ଦୁଇଟି ବାଣିଜ୍ୟିକ କୋଠା ମଧ୍ୟରେ ଘଟିଥିବା ସୂଚନା ମିଳିଛି । ହେଲିକପ୍ଟରଟି ଦୁଇଟି ସିପିଂ କଣ୍ଟେନର ଏବଂ ସେଠାରେ ପାର୍କିଂ ହୋଇଥିବା ଅନେକ ଯାନ ଉପରେ ପଡ଼ିଥିଲା । ଫଳରେ ୪ଟି ଗାଡ଼ି ଓ ୨ଟି କଣ୍ଟେନର ଜଳିଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବଡ଼ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *