ଭୁବନେଶ୍ୱର, ୧୬/୯: ଗତକାଲି ସନ୍ଧ୍ୟାରେ ଉତ୍ତର ଆରବ ସାଗରରେ ଆନ୍ତର୍ଜାତୀୟ ଜଳସୀମାରେ ପାକିସ୍ତାନର PNS Hunain ଯୁଦ୍ଧପୋତ ଭାରତୀୟ ଯୁଦ୍ଧପୋତ ସହ ଧକ୍କା ହୋଇଛି । ପାକିସ୍ତାନୀ ଜାହାଜ ଅତି ଦ୍ରୁତ ଗତିରେ ଅପେଶାଦାର ଭାବେ ଆଗକୁ ଆସି ଧକ୍କା ଦେଇଛି । କୌଣସି ବଡ଼ କ୍ଷତି ହୋଇନଥିବା ବେଳେ ଭାରତ ବିଦେଶ ମନ୍ତ୍ରାଳୟ ପାକିସ୍ତାନ ଦୂତାବାସର ଚାର୍ଜ ଡି ଆଫେୟାର୍ସ ସାଦ୍ ଅହମଦ ୱାରେଚଙ୍କୁ ଡାକି କଡ଼ା ବିରୋଧ ପ୍ରଦର୍ଶନ କରିଛି । ସେପଟେ ଭାରତ ୧୯୯୧ ଚୁକ୍ତିର ଧାରା ୧୦ ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ଆଣିଛି ।
ସେପ୍ଟେମ୍ବର ୧୬ରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନର ଚାର୍ଜ ଡି’ଆଫେୟାର୍ସଙ୍କୁ ବୈଦେଶିକ ମନ୍ତ୍ରଣାଳୟ ତଲବ କରି ଏହି ଘଟଣା ନେଇ ଭାରତର ଆପତ୍ତି ଜଣାଇଛି।
ଏହି ଘଟଣା ପରେ ଭାରତ ପାକିସ୍ତାନକୁ ସାମରିକ ୟୁନିଟ୍ଗୁଡ଼ିକୁ ସମୁଦ୍ରରେ ଅଧିକ ସତର୍କତାର ସହ କାର୍ଯ୍ୟ କରିବା ଏବଂ ଦୁଇ ଦେଶ ମଧ୍ୟରେ ଥିବା ସମ୍ପୃକ୍ତ ଚୁକ୍ତିଗୁଡ଼ିକର ବ୍ୟବସ୍ଥାକୁ ସମ୍ମାନ କରିବାକୁ କହିଛି।
ସୂଚନାଯୋଗ୍ୟ , ୨୦୧୧ର MV Suez ଘଟଣା ସମୟରେ ପାକିସ୍ତାନୀ ଯୁଦ୍ଧଜାହାଜ PNS Babar ଭାରତୀୟ ଯୁଦ୍ଧଜାହାଜ INS Godavariର ନିକଟକୁ ଅତ୍ୟଧିକ ଆସିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ସେହି ସମୟରେ INS Godavariର ହେଲିକପ୍ଟର ନେଟ୍ କ୍ଷତିଗ୍ରସ୍ତ ହୋଇଥିବା ନେଇ ମଧ୍ୟ ଖବର ଆସିଥିଲା।













Leave a Reply