ବାଲିକୁଦା ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ନିଖୋଜ 

ଭୁବନେଶ୍ୱର, ୧୪/୯: ପାରିବାରିକ କଳହ ର କରୁଣ ପରିଣତି । ନଦୀକୁ ଡେଇଁ ପଡ଼ିଲେ ଦମ୍ପତି । ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ସ୍ବାମୀ ନିଖୋଜ । ବିରୂପା ନଦୀର ବାଲିକୁଦା ସେତୁ ଉପ ରେ ଘଟିଛି ଏହି ଘଟଣା । ନଦୀକୁ ଡେଇଁ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ, ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଛି, ସ୍ବାମୀ ନିଖୋଜ ରହିଛନ୍ତି । ବରୀ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋମବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଉଦ୍ଧାର ହୋଇଥିବା ମହିଳାଙ୍କୁ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ଓ ତାଙ୍କ ପତ୍ନୀ ତିଳୋତ୍ତମା ଓଝା ପାରିବାରିକ କଳହ କାରଣରୁ ଆଜି ସକାଳେ ବାଲିକୁଦା ସେତୁ ଉପରକୁ ଆସି ନଦୀକୁ ଡେଇଁ ପଡ଼ିଥିଲେ । ଖବର ପାଇ ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସ୍ତ୍ରୀ ତିଳୋତ୍ତମାଙ୍କୁ ମହାକାଳପଡ଼ା ଅଞ୍ଚଳରୁ ଉଦ୍ଧାର କରିଥିଲା । ସେପଟେ ସ୍ବାମୀ ସୁଧାକର ଓଝା ଏବେବି ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିଳୋତ୍ତମାଙ୍କୁ କେନ୍ଦ୍ରାପଡ଼ା ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *