ସହିଦନଗର ଥାନା ପୋଲିସକୁ ସଫଳତା, ମିଳିଲା ଲୁଟ୍ କାନ ଫୁଲ

ଭୁବନେଶ୍ୱର,୮/୯: ସହିଦନଗର ଥାନା ପୋଲିସକୁ ମିଳିଛି ସଫଳତା। ଏକ ଅଭିଯୋଗକୁ ଆଧାର କରି ପୋଲିସ ଚୋର କୁ କାବୁ କରିବାରେ ସଫଳତା ହାସଲ କରିଛି। ଅଭିଯୁକ୍ତ ଠାରୁ ପୋଲିସ ଏକ ସୁନା କାନ ଫୁଲ ଜବତ କରିଛି । ସଂଗୃହୀତ ତଥ୍ୟ ଆଧାର ରେ ପୋଲିସ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ କାରିଣୀ ସୁଷମା ବେହେରା ତାଙ୍କ ଠାରୁ ସୁନା କାନ ଫୁଲ ଲୁଟ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏସପ୍ଲାନେଟ ମଲ୍ ସାମ୍ନାରେ ଅଭିଯୁକ୍ତ ଜଣଙ୍କ ଚାକିରି ଦେବା ବାହାନାରେ ତାଙ୍କ ଠାରୁ କାନ ଫୁଲ ଲୁଟ୍ କରି ଫେରାର ହୋଇଯାଇଥିଲେ । ସହିଦ ନଗର ପୋଲିସ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲୁଟେରା ଘନା ଓରଫ କେ କୋଦଣ୍ଡ ପାଣି ପାତ୍ର ଙ୍କୁ ଠାବ କରିବାରେ ସଫଳ ହୋଇଥିଲା । ଯାଞ୍ଚ ସମୟରେ ତାଙ୍କ ନିକଟରୁ ଲୁଟ୍ କାନ ଫୁଲ ଜବତ ହୋଇଥିଲା । ପଚରା ଉଚରା ସମୟରେ ସେ ଲୁଟ୍ କରିଥିବା କଥା ମାନି ଥିଲେ । ପୋଲିସ ସଂଗୃହୀତ ତଥ୍ୟ ଅନୁଯାୟୀ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *