୨୯ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର, ୮/୯: ଏମଏମଡିଆର ବିଲ୍ କୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ତର୍କ ବିତର୍କ ଲାଗିରହିଥିବା ବେଳେ ଆଜି ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଏଥିସହ ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଓ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପିସିସି ସଭାପତି ଭକ୍ତ ଚରଣ ଦାସ ।

ଏମଏମଡିଆର ବିଲ୍ ପ୍ରତ୍ୟାହାର କରିବାକୁ କଂଗ୍ରେସ ଓ ୮ଟି ରାଜନୈତିକ ଦଳ ଦାବି କରି ଆସୁଥିବା ବେଳେ ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ପ୍ରତିବାଦ ଜାରି ରଖିବ ବୋଲି ଚେତାବନୀ ଦେଇଛନ୍ତି । ଓଡ଼ିଶା ପାଇଁ MMDR ବିଲ୍ ଏକ ଲଜ୍ୟାର ବିଷୟ । କାହିଁକି ବିଜେପିର ୨୦ ଜଣ MP ନୀରବ ରହିଛନ୍ତି କଂଗ୍ରେସ ପ୍ରଶ୍ନ କରିଛି ।

ଏହା ଓଡ଼ିଶା ପ୍ରତି ବିଶ୍ୱାସଘାତକତା । ଓଡ଼ିଶା ଭଳି ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇଛି । ଯାହାକୁ ନେଇ ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ । ସେହି ୨୯ ତାରିଖରେ ଇଣ୍ଡିଆ ମେଣ୍ଟ ଘୋଷଣା କରିବ କେଉଁ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯିବ ।

Leave a Reply

Your email address will not be published. Required fields are marked *