ଭାରତ ବିପକ୍ଷରେ ଟି-୨୦ ମ୍ୟାଚ ପାଇଁ ଦଳ ଘୋଷଣା କଲା ଜାପାନ 

ନୂଆଦିଲ୍ଲୀ, ୮/୯: ସୋମବାର ଭାରତ ବିପକ୍ଷରେ ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଜାପାନ କ୍ରିକେଟ ଆସୋସିଏସନ । ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ରେ ସାମ୍ନାସାମ୍ନି ହେବେ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୂର୍ବରୁ ସେପ୍ଟେମ୍ବର ୪ରେ ଘୋଷଣା କରିଥିଲା ଯେ, ଭାରତୀୟ ଦଳ ସେପ୍ଟେମ୍ବର ୨୨ରେ ଜାପାନ ବିପକ୍ଷରେ ଏହି ମ୍ୟାଚ ଖେଳିବ।

ବିସିସିଆଇର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ଏବଂ ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ ଆରମ୍ଭ କରିବା ପାଇଁ ଉଭୟ ଦେଶର ପୁରୁଷ ଦଳ ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବେ। ‘ସୁଜୁକି କପ’ ମ୍ୟାଚ ଟୋଚିଗି ପ୍ରିଫେକ୍ଚରର ସାନୋ ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଜାପାନ କ୍ରିକେଟ ଏହି ମ୍ୟାଚ ପାଇଁ କେଣ୍ଡେଲ କାଡୋୱାକି-ଫ୍ଲେମିଂଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି।

କେଣ୍ଡେଲ କାଡୋୱାକି-ଫ୍ଲେମିଂ (ଅଧିନାୟକ), ଚାର୍ଲି ହାରା-ହିଞ୍ଜ, ବେଞ୍ଜାମିନ ଇଟୋ-ଡେଭିସ, କୋହେଇ କୁବୋଟା, ୱାଟାରୁ ମିୟାଉଚି, ରିଓ ସାକୁରାନୋ-ଥମାସ, ଆଲେକ୍ସ ଶିରାଇ-ପାଟମୋର୍‌, ଶୋମା ସୁଗାୟା-ସ୍ଲେଟର୍‌, ଡେକ୍ଲାନ ସୁଜୁକି, ଇବ୍ରାହିମ ତାକାହାଶି, ମାକୋଟୋ ତାନିଆମା, ଲାଚଲାନ ୟାମାମୋଟୋ, ଆଲାଷ୍ଟର୍‌ କାଡୋୱାକି-ଫ୍ଲେମିଂ, ଜେକ କୁସୁଦା-ନାଇର୍ନ, ସୁୟୋସି ତାକାଡା।

ସୂଚନାଯୋଗ୍ୟ, ଜାପାନର ଅଧିନାୟକ, କେଣ୍ଡେଲ କାଡୋୱାକି-ଫ୍ଲେମିଂ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୫୫ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ୫୪ ଇନିଂସରେ ସେ ୩୮.୧୮ ହାରରେ ୧,୮୭୧ ରନ କରିଛନ୍ତି।

Leave a Reply

Your email address will not be published. Required fields are marked *