ଦୁଲୀପ ଟ୍ରଫିରେ ଈଶାନ କିଶନଙ୍କ ଇତିହାସ

ନୂଆଦିଲ୍ଲୀ,୮/୯ : ଦୁଲୀପ ଟ୍ରଫି ୨୦୨୬ର ଫାଇନାଲର ପ୍ରଥମ ଇନିଂସରେ ବଡ଼ ଧମାକା କରିଛନ୍ତି ଈଶାନ କିଶନ। ଇଷ୍ଟ ଜୋନର ଅଧିନାୟକ ଭାବେ ଖେଳୁଥିବା ଈଶାନ ୩୩୪ ବଲରୁ ୩୦ଟି ଚୌକା ଓ ୭ଟି ଛକା ସହ ୨୭୦ ରନର ବିଶାଳ ଇନିଂସ୍ ଖେଳିଛନ୍ତି। ଏହି ଇନିଂସ୍ ସହ ଈଶାନ ଭାରତୀୟ ବ୍ୟାଟର ଯଶସ୍ୱୀ ଜୟସ୍ୱାଲଙ୍କ ଦୁଲୀପ ଟ୍ରଫିର ସର୍ବାଧିକ ବ୍ୟକ୍ତିଗତ ସ୍କୋର ରେକର୍ଡକୁ ଭାଙ୍ଗିଦେଇଛନ୍ତି। ଜୟସ୍ୱାଲ ୨୦୨୨ରେ ଦୁଲୀପ ଟ୍ରଫିରେ ୨୬୫ ରନର ଇନିଂସ୍ ଖେଳିଥିଲେ। ତେବେ ଈଶାନ ବୀରେନ୍ଦ୍ର ସେହୱାଗଙ୍କ ୨୭୪ ରନର ରେକର୍ଡ ଭାଙ୍ଗିବାରୁ ମାତ୍ର ୫ ରନ୍‌ ଦୂରରେ ରହିଗଲେ।
୨୭୦ ରନର ଇନିଂସ୍ ପରେ ଈଶାନ ଦଲୀପ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ବ୍ୟାଟରଙ୍କ ତାଲିକାରେ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପଟେ ଜୟସ୍ୱାଲ ଗୋଟିଏ ପାହାଚ ତଳକୁ ଖସି ନବମ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ମୃତ ଭାରତୀୟ ବ୍ୟାଟର ରମନ ଲାମ୍ବା ୩୨୦ ରନ୍‌ ସହ ଶୀର୍ଷରେ ଅଛନ୍ତି। ସେ ୧୯୮୭ରେ ଏହି ରେକର୍ଡ କରିଥିଲେ। ୨୦୦୧ରେ ଗଗନ ଖୋଡା ଅପରାଜିତ ୩୦୦ ରନର ଇନିଂସ୍ ଖେଳି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହା ପରେ ଏପର୍ଯ୍ୟନ୍ତ ଆଉ କୌଣସି ବ୍ୟାଟର ୩୦୦ ରନ ଛୁଇଁପାରିନାହାନ୍ତି।

http://<iframe width=”560″ height=”315″ src=”https://www.youtube.com/embed/kWTUhtDMIOw?si=zXPbBQTSD7vZCg07″ title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave a Reply

Your email address will not be published. Required fields are marked *