ଭୁବନେଶ୍ୱର, ୮/୯: ଆଜି ବିଶ୍ୱ ସାକ୍ଷରତା ଦିବସ । ସମସ୍ତେ ପାଠ ପଢ଼ିବେ ଶିକ୍ଷିତ ହେବେ । ସମସ୍ତଙ୍କ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ବ୍ୟବହାରିକ ଜୀବନ କୌଶଳ ଶିକ୍ଷାକୁ ଗୁରୁତ୍ୱ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) । ୩ କୋଟି ୯୨ ଶିକ୍ଷାର୍ଥୀ ଓ ୫୧ଲକ୍ଷ ୪ ହଜାର ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଉଁମାନେ ଅଧାରୁ ପାଠ ପଢ଼ା ଛାଡ଼ିଥିବେ କିମ୍ବା ନିରକ୍ଷର ରହିଥିବେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟକୁ ପୂରଣ କରିବେ ।
ଚଳିତବର୍ଷ ୨୫ ଲକ୍ଷ ନିରକ୍ଷରଙ୍କୁ ଶିକ୍ଷିତ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ମଧ୍ୟ ଗ୍ରହଣ କରାଯାଇଛି ।
ବିଭାଗର ତଥ୍ୟ ଅନୁଯାୟୀ, ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ମୋଟ ୯୧ ଲକ୍ଷ ୫୨ ହଜାର ୯୦୧ଜଣ ନିରକ୍ଷର ଅଛନ୍ତି । ଏଥିରୁ ୩୦ ଲକ୍ଷ ୩୩ ହଜାର ୭୧୫ଜଣ ପୁରୁଷ ଓ ୬୧ ଲକ୍ଷ ୧୯ ହଜାର ୧୮୬ଜଣ ମହିଳା ରହିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨ ଲକ୍ଷ ୬୦ ହଜାର ନିରକ୍ଷର ବ୍ୟକ୍ତିଙ୍କୁ ଉଲ୍ଲାସ କାର୍ଯ୍ୟକ୍ରମରେ ସାମିଲ କରି ସାକ୍ଷର କରିବାକୁ ଲକ୍ଷ୍ୟ ସ୍ଥିର କରିଥିଲେ । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ ଏଫ୍ଏଲ୍ଏନ୍ଏଟି ଯଥାକ୍ରମେ ୨୦୨୫ ଅକ୍ଟୋବର ମାସ ଓ ୨୦୨୬ ମାର୍ଚ୍ଚ ହୋଇଛି । ଏଥିରେ ମୋଟ ୧୦ ଲକ୍ଷ ୫୫ ହଜାର ୮୧୭ଜଣ ବ୍ୟକ୍ତି ପରୀକ୍ଷା ଦେଇଥିଲେ । ଯାହା ବିଭାଗ ପାଖକୁ ବିଭିନ୍ନ ଜିଲ୍ଲା ଓ ବ୍ଲକରୁ ତଥ୍ୟ ଆସିଥିଲା। ଏଥି ପ୍ରଶ୍ନ ଉଠୁଛି ଗତବର୍ଷ ୨୨ ଲକ୍ଷ ୬୦ ହଜାର ନିରକ୍ଷରଙ୍କୁ ଚିହ୍ନଟ କରାଯାଇଥିଲା । ହେଲେ ଏହାର ଅଧା ଟାର୍ଗେଟ୍ ପୂରଣ ହେଲାନି । ମାତ୍ର ୧୦ ଲକ୍ଷ ୫୫ ହଜାର ନିରକ୍ଷର ପରୀକ୍ଷା ଦେଲେ । ଏବର୍ଷ ସରକାର ଲକ୍ଷ୍ୟ ରଖିବା ଟାର୍ଗେଟ୍ ପୂରଣ ହେବ ତ ବୋଲି ଶିକ୍ଷାବିତ୍ ମାନେ ପ୍ରଶ୍ନ କରିଛନ୍ତି ।













Leave a Reply