ଭୁବନେଶ୍ବର,୨୪/୮ : ଶ୍ରାବଣ ମାସରେ ରାୟଗଡ଼ା ଜିଲ୍ଲାର ଦେବଗିରି ପର୍ବତରେ ଥିବା ନୀଳକଣ୍ଠେଶ୍ଵର ମହାଦେବ ଏବେ ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକରେ ଏହି ଦେବଗିରି ପର୍ବତ ଅବସ୍ଥିତ l ଏବେ ଶ୍ରାବଣର ମାସ ସରିଛି l ସାରା ଓଡିଶା ଓ ଅନ୍ୟ ରାଜ୍ୟରୁ ମଧ୍ୟ୍ୟ ଶ୍ରଦ୍ଧାଳୁମାନେ ଏହି ଶୈବ ପିଠକୁ ଜଳାଭିଷେକ ପାଇଁ ଆସିଥାନ୍ତି l ଦୁଃଖର ବିଷୟ ଏହି କି ଯେ ଭକ୍ତମାନେ ଜଳାଭିଷେକ କରିବା ସହ ପରିବେଶକୁ ଦୂଷିତ କରିଥାନ୍ତି l
ଯେପରି କି ପ୍ଲାଷ୍ଟିକ ଗଡୁରେ ଜଳ ଅଭିଷେକ ପାଇଁ ନେବା, ପ୍ଲାଷ୍ଟିକ ବୋତଲ ଏଣେତେଣେ ପକାଇବା, କାଉଡି ଭାର ବାହାରେ ପକାଇବା ଇତ୍ୟାଦି l ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦେବଗିରିରେ ଜଳାଭିଷେକ ପାଇଁ କିଛି କର୍ମକର୍ତ୍ତା ଆସିଥିଲେ l ଏହି ଅଳିଆକୁ ଦେଖି କର୍ମକର୍ତ୍ତାମାନେ ଅସନ୍ତୁଷ୍ଟ ହୋଇଥିଲେ l ଏହି ସ୍ଥାନରେ ଡଷ୍ଟପିନ ନ ଥିବା ରୁ ଏହିପରି ଅବ୍ୟବସ୍ଥା ହେଉଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି l ସମସ୍ତଙ୍କ ମିଳିତ ସହଯୋଗ ରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା l କାଉଡ଼ି ଭାଇମାନଙ୍କୁ ପ୍ଲାଷ୍ଟିକ ପାତ୍ର ରେ ଜଳ ନ ଆଣିବାକୁ ଟ୍ରଷ୍ଟ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ପରେ ଦେବଗିରି ପାହାଡ଼ରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଓ ପର୍ଯ୍ୟାପ୍ତ ଡଷ୍ଟବିନ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l
ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସୁବାଶିଷ ଷଢଙ୍ଗୀ,ମନୋଜ ନାୟକ, ଦେବେନ୍ଦ୍ର ନାୟକ, ରମେଶ ଦେହୁରୀ, ଦିଲ୍ଲୀପ କୁମାର ସାହୁ, ପ୍ରହଲ୍ଲାଦ ବାରିକ, ତପନ ସେନାପତି, ବିନୋଦ ପଣ୍ଡା ଓ ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ l














Leave a Reply