ମାଲକାନଗିରି,୧୯/୮ : ଏମ୍ଭି-୭୯ ଅଞ୍ଚଳର ଡାକ୍ତର ଶ୍ୟାମା ପ୍ରସାଦ ଜୁନିଅର କଲେଜରେ ନିଶାମୁକ୍ତି ଏବଂ ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଲେଜର ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁ ପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ସାଇବର ଠକେଇରୁ କିପରି ସୁରକ୍ଷିତ ରହିବେ, ସେ ନେଇ ସଚେତନ କରାଯାଇଥିଲା।

ଏହି ଅବସରରେ ଥାନା IIC ପୂର୍ଣ୍ଣିମା ଟେଟେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ନିଶାଠାରୁ ଦୂରେଇ ରହି ନିଜର ଭବିଷ୍ୟତ ଗଢ଼ିବାକୁ ଆହ୍ୱାନ ଦେଇଥିଲେ। ସେହିପରି ଅଜଣା ଫୋନ୍, ଲିଙ୍କ୍ ଓ ମେସେଜ୍ ପ୍ରତି ସତର୍କ ରହିବା ସହ OTP, PIN ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ କାହାକୁ ନ ଦେବାକୁ ପରାମର୍ଶ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ମନୋଭାବ ଏବଂ ଡିଜିଟାଲ ସୁରକ୍ଷା ସଚେତନତା ବୃଦ୍ଧି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏପରି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିବାରେ ସହାୟକ ହେବ।













Leave a Reply