ପଞ୍ଚାୟତ କାର୍ଯ୍ୟାଳୟରୁ ଫାଇଲ ଓ ସାମଗ୍ରୀ ଚୋରି

ଖୁଣ୍ଟା,୫/୮ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଧାନ ଘେରା ପଞ୍ଚାୟତ କାର୍ଯ୍ୟଳୟରୁ ଗତ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଥିବା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସୁଚନା ମୁତାବକ ପଞ୍ଚାୟତ କାର୍ଯ୍ୟାଳୟରୁ ମନରେଗା ପ୍ରକଳ୍ପର ଫାଇଲ ଆଉ ଅଫିସିଆଲ ଷ୍ଟାମ୍ପ ସହ ସମସ୍ତ ଅଫିସ ସାମଗ୍ରୀ ଚୋରି ହୋଇଛି। ତେବେ ଆଜି ପଞ୍ଚାୟତର ଯୋଗାଣ ସହାୟକ କାର୍ଯ୍ୟାଳୟକୁ ଆସିଥିବାବେଳେ କାର୍ଯ୍ୟାଳୟର ମୁଖ୍ୟ ଗେଟ ତାଲା ଭଙ୍ଗା ଯାଇଥିବା ଦେଖି ପିଇଓଙ୍କୁ ଫୋନ କରି ଜଣାଇଥିଲେ।

ପିଇଓ କାର୍ଯ୍ୟାଳୟରେ ପହଂଚିବା ପରେ କେହି ଦୁର୍ବୃତ୍ତ କାର୍ଯ୍ୟାଳୟ ଭିତରେ ପଶି ଗଡ଼ରେଜ ତାଲା ଭାଙ୍ଗି ସମ୍ପୂର୍ଣ୍ଣ ହୋଇଥିବା ମନରେଗା ପ୍ରକଳ୍ପ ଫାଇଲ ଏବଂ ଅନ୍ୟ ଏକ ଗଡ଼ରେଜ ଲକର ଭାଙ୍ଗି ସେଥିରେ ଥିବା ଅଫିସ ସିଲ, ଷ୍ଟାମ୍ପ ଅଫିସ ସାମଗ୍ରୀ ଏବଂ ଇନଭର୍ଟର, ବ୍ୟାଟେରୀ ଲୁଟି ନେଇଛନ୍ତି। ତେଣୁ ମନରେଗାରେ ହୋଇଥିବା କୌଣସି ଦୁର୍ନୀତିକୁ ଲୁଚାଇବା ପାଇଁ ଏହି ଲୁଟ କରାଯାଇଥିବା ଅନୁମାନ କରାଯାଉଛି। ସେପଟେ ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *