ଆଦୌ ଭୟଭୀତ ନ ହୋଇ ପ୍ରଶାସନକୁ ସହଯୋଗ କରନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୯/୭ : ଜନସାଧାରଣ ଆଦୌ ଭୟଭୀତ ନ ହୋଇ ପ୍ରଶାସନକୁ ସହଯୋଗ କରିବା ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏ ନେଇ ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଜନସାଧାରଣଙ୍କ ଜୀବନ ଓ ଧନ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓ ବରିଷ୍ଠ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତଦାରଖରେ ସମଗ୍ର ପ୍ରଶାସନ ଅହୋରାତ୍ର କାର୍ଯ୍ୟ କରୁଛି। ସମସ୍ତ ଜିଲ୍ଲା ସହ ସମନ୍ୱୟ ରଖି ପରିସ୍ଥିତି ଉପରେ ୨୪×୭ନଜର ରଖାଯାଇଛି।

ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ୩ଜଣ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯିବା ସହ NDRF, ODRAF, ଅଗ୍ନିଶମ ଓ ପୋଲିସ ବାହିନୀ ସହାୟତାରେ ତଳିଆ ଅଞ୍ଚଳରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଚିକିତ୍ସା ସେବା, ଗୋଖାଦ୍ୟ ଓ କଡ଼ା ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏଥିସହ କ୍ଷତିଗ୍ରସ୍ତ ବାସଗୃହ ଓ ଚାଷ ଜମି ପାଇଁ ତ୍ୱରିତ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ଜନସାଧାରଣ ଆଦୌ ଭୟଭୀତ ନ ହୋଇ ପ୍ରଶାସନକୁ ସହଯୋଗ କରିବା ସହ ସତର୍କ ଓ ସୁରକ୍ଷିତ ରହିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *