ଭୁବନେଶ୍ବର,୨୨/୭ : ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ। ଜନ୍ମବେଦିରେ ସରିଆସୁଛି ଲୀଳାଖେଳା। ଆଉ ଦିନକ ପରେ ବାହୁଡା ଯାତ୍ରା। ରତ୍ନବେଦିକୁ ଫେରିବେ ମହାପ୍ରଭୁ। ବାହୁଡା ପୂର୍ବରୁ ରଥ ଦକ୍ଷିଣ ମୋଡ ହୋଇଛି। ଆଜ୍ଞାମାଳ ବିଜେ ପରେ ଗତକାଲି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ ନେଇଥିବା ବେଳେ ଆଜି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ, ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ ହୋଇଛି।
ଦକ୍ଷିଣ ମୋଡ ପରେ ନାକଚଣା ଦ୍ୱାର ସମ୍ମୁଖରେ ଲାଗିବ ତିନି ରଥ। ପ୍ରଭୁଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି।













Leave a Reply