ସହିଦନଗର ଦୁର୍ଗା ପୂଜା ସମିତିର ଦ୍ବିତୀୟ ଦିନ ରଜ ଉତ୍ସବ, ମହିଳାମାନେ ମାଗଣାରେ କଲେ ମେହେନ୍ଦୀ

ଭୁବନେଶ୍ବର,୧୩/୬ : ସହିଦନଗରସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଶନିବାର ଓଡ଼ିଶାର ଗଣ ପର୍ବ ରଜର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମଧ୍ୟମର ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦାନ କରିଥିଲେ I ତାଙ୍କୁ ଅନୁଷ୍ଠାନ ପକ୍ଷରୁ ସଭାପତି ବିଶ୍ବ ପ୍ରସାଦ ମହାନ୍ତି ଉତ୍ତରୀ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I ସମିତିର ସମ୍ପାଦକ ହରିଶ ପ୍ରସାଦ ରଥ ଧନ୍ୟବାଦ ଭାଷଣ ଦେଇଥିଲେ I

ଶ୍ରୀ ଜେନା ସହିଦନଗରର ସମସ୍ତ କର୍ମକର୍ତ୍ତା, ସଭ୍ଯ ବୃନ୍ଦ ଓ ଦର୍ଶକ ମଣ୍ଡଳିକୁ ରଜ ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ I ଆଜି ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତାହା ସହିତ ଆଜିର ବିଶେଷତ୍ବ ଥିଲା ସମସ୍ତ ମହିଳାମାନଙ୍କ ପାଇଁ ମାଗଣାରେ ମେହେନ୍ଦୀ କରିବାର ଆୟୋଜନ କରାଯାଇଥିଲା I

ଏହା ସହ ରଜ ପର୍ବକୁ ଆଧାରିତ କରି କୁଇଜ ପ୍ରତିଯୋଗିତା, ସ୍କିପିଂ ପ୍ରତିଯୋଗିତା, ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଜୟୀ ପ୍ରତିଯୋଗିତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି I ଏହି ସବୁକୁ ସମିତିର ଉପଦେଷ୍ଟା ମନୋରଞ୍ଜନ ଦାସ, ସୁଧିର କୁମାର ଶତପଥୀ, ସୁରେଶ ଚନ୍ଦ୍ର ଦାସ, ଚନ୍ଦନ କୁମାର ପାଲିତ, ଦିଲ୍ଲୀପ କୁମାର ଦାସ, କାର୍ଯ୍ୟକାରୀ ସଭାପତି ସଚ୍ଚି ନନ୍ଦନ ନାୟକ, ସରୋଜ କୁମାର ପାତ୍ର, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ତ୍ରିପାଠୀ, ସହ କୋଷାଧ୍ଯକ୍ଷ ସୁଦର୍ଶନ ସାହୁ, ଉପସଭାପତି ଆଶିଷ ମହାପାତ୍ର, ଅଚ୍ୟୁତ ପ୍ରସାଦ ବେହେରା, କର୍ପୋରେଟର ରାଜକିଶୋର ଦାସ, ଯୁଗ୍ମସଂପାଦକ ସ୍ମୃତି ରଞ୍ଜନ ଜେନା, ଗୋପାଳ ମହାନ୍ତି, ସତ୍ୟନାରାୟଣ ମହାପାତ୍ର, ରଞ୍ଜନ କୁମାର ମହାପାତ୍ର ଓ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଓ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *