ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର,୬/୬ : ରାଜଧାନୀରେ କାଳବୈଖାଖୀ ତାଣ୍ଡବ । କାଳବୈଖାଖୀ ପ୍ରଭାବରେ କୁଆପଥର ବର୍ଷା ହେବା ସହ ଜୋରରେ ପବନ ହୋଇଛି । ପ୍ରାୟ ୪୦ରୁ ୫୦ କି.ମି ବେଗରେ ପବନ ହୋଇଛି। ପବନରେ ବହୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଏପରିକି କେତେକ ସ୍ଥାନରେ ଗଛ ଭାଙ୍ଗି କାର ଉପରେ ପଡିଥିବାର ଦେଖିବାକୁ ମିଳିଛି। ଏଥିଯୋଗୁ ବହୁ କାର କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ପବନରେ କଳିଙ୍ଗ ଷ୍ଟାଡିୟମ ନିକଟରେ ବହୁ ଗଛ ଭାଙ୍ଗିଯାଇଛି ।

ଏପରିକି କେତେକ ସ୍ଥାନରେ ଗଛ ଭାଙ୍ଗି କାର ଉପରେ ପଡିଛି । ଏଥିଯୋଗୁ ବହୁ କାର କ୍ଷତିଗ୍ରସ୍ତ ହୋଇଛି । ଗଛ ପଡିବାରୁ ଟ୍ରାଫିକ ବ୍ୟବସ୍ଥା ବେହାଲ ହୋଇଯାଇଛି । ଜୟଦେବ ବିହାର ଓ ନୂଆପଲ୍ଲୀରେ ବହୁ ଗଛ ଭାଙ୍ଗିଯାଇଛି। ଜାତୀୟ ରାଜପଥରେ ଗଛ ଭାଙ୍ଗି ପଡିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମବାହିନୀ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରୁଛନ୍ତି। ଅନ୍ୟପକ୍ଷ କାଳବୈଶାଖୀ ବର୍ଷା ଲାଗି ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

Leave a Reply

Your email address will not be published. Required fields are marked *