ଭୁବନେଶ୍ଵର, ୮/୬ : ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ।ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କଲା।ସମଙ୍ଗ ଅସ୍ଥାୟୀ ବସ୍ ଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର।ତେବେ ସୌଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀଙ୍କ ସମେତ ହେଲିକପ୍ଟରରେ ଥିବା ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଶେଷ କରି ରାଜଧାନୀ ଭୁବନେଶ୍ୱର ଫେରୁଥିଲେ। କିନ୍ତୁ ହେଲିକପ୍ଟରଟି ଭୁବନେଶ୍ୱର ଆକାଶମାର୍ଗ ନିକଟରେ ପହଞ୍ଚିବା କ୍ଷଣି ହଠାତ୍ ପାଗ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା।

ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ଆକାଶରେ ଦୃଶ୍ୟମାନତା ପ୍ରାୟ ଶୂନ୍ୟ ହୋଇଯାଇଥିଲା, ଯାହା ଫଳରେ ରନୱେ ଦେଖାଯାଇନଥିଲା । ମଝି ଆକାଶରେ ବିପଦକୁ ଆଗୁଆ ଆକଳନ କରି ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟ୍ ତୁରନ୍ତ ଭୁବନେଶ୍ୱରରେ ଲ୍ୟାଣ୍ଡିଂ କରିବା ନିଷ୍ପତ୍ତିକୁ ବାତିଲ କରିଥିଲେ।












Leave a Reply