ଭୁବନେଶ୍ୱର/ନୂଆଦିଲ୍ଲୀ, ୮/୧୦: ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ଆସିଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି)ରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ, ଅତ୍ୟଧିକ ମାଡ଼ ମରାଯାଇଥିବାରୁ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ତଥ୍ୟ ପାଇବା ପରେ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି।
ସୂଚନାଯୋଗ୍ୟ, ଯାଜପୁର ରୋଡ ଅଞ୍ଚଳର ଶ୍ରୀକାନ୍ତ ଦାସ ମାନସିକ ରୋଗରେ ପୀଡ଼ିତ ଥିଲେ। ଗତ ୨୮ରେ ତାଙ୍କୁ ଏସସିବି ମେଡିକାଲର ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ୨୯ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରରେ ମାଡ଼ ଦାଗ ଦେଖି ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ।
ଏହି ଘଟଣା ପରେ ହସ୍ପିଟାଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ମଙ୍ଗଳାବାଗ ଥାନା ପୁଲିସ ତଦନ୍ତ କରୁଛି, ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି।













Leave a Reply