ମୁମ୍ବାଇ,୪/୭ : ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲାରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଶୁକ୍ରବାର ବିଜେପିକୁ ସମାଲୋଚନା କରିଛନ୍ତି । ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି।
ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ବିରୋଧରେ ସେ ସାରା ମହାରାଷ୍ଟ୍ରରେ ‘ରାମ ରକ୍ଷା’ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି । ସମସ୍ତ ରାମ ଭକ୍ତଙ୍କୁ ଦଳଗତ ନିର୍ବିଶେଷରେ ଆନ୍ଦୋଳନରେ ଯୋଗଦେବାକୁ ସେ ଅନୁରୋଧ କରିଛନ୍ତି। ଠାକରେ ଓ ଅନ୍ୟ ଶିବସେନା (ୟୁବିଟି) ନେତାମାନେ ରବିବାର ସନ୍ଧ୍ୟାରେ ମୁମ୍ବାଇର ଦାଦରରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରି ଆନ୍ଦୋଳନ ଆରମ୍ଭ କରିବେ।













Leave a Reply