ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: ଜନ୍ତର ମନ୍ତରରେ ଆଉ କୌଣସି ପ୍ରକାରର ଆନ୍ଦୋଳନ, ଧାରଣା ପ୍ରଦର୍ଶନ କିମ୍ବା ଅନଶନ ହୋଇ ପାରିବ ନାହିଁ। ଦିଲ୍ଲୀ ପୋଲିସ ଜନ୍ତର ମନ୍ତରକୁ ଆନୁଷ୍ଠାନିକ ଭାବେ ମିଳିଥିବା ପ୍ରଦର୍ଶନ ସ୍ଥଳର ମାନ୍ୟତାକୁ ପ୍ରତ୍ୟାହାର କରି ନେଇଛି। ଯେଉଁଠି ହକ୍ ଏବଂ ଅଧିକାରର ଲଢେଇ ପାଇଁ ବିକ୍ଷୋଭକାରୀଙ୍କ ସମାଗମ ହେଉଥିଲା, ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା, ସେଠି ଏବେ କେବଳ ନିରବତାର ଚିତ୍ର ଦେଖିବାକୁ ମିଳିବ।
ଦେଶର ସବୁଠୁ ଚର୍ଚ୍ଚିତ ଆନ୍ଦୋଳନର ମଞ୍ଚ ଜନ୍ତର ମନ୍ତରକୁ ନେଇ ଏବେ ବଡ ଦ୍ୱନ୍ଦ୍ୱ। ଗତ ଦୁଇ ଦିନ ଧରି କଂଗ୍ରେସ, CJP ଓ ଛାତ୍ର ସଂଗଠନଗୁଡିକର ଲଗାତର ପ୍ରତିବାଦ ଓ ୧୦୦୦ ରୁ ଅଧିକ ଆନ୍ଦୋଳନକାରୀ ଅଟକ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା – ଜନ୍ତର ମନ୍ତର ବନ୍ଦ ହୋଇଗଲା କି?ଏହାକୁ ନେଇ ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି – “ଜନ୍ତର ମନ୍ତର ବନ୍ଦ ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା”। ଏହା ଏବେ ବି ଅନୁମତିପ୍ରାପ୍ତ ପ୍ରତିବାଦ ସ୍ଥଳ ଭାବେ ଖୋଲା ଅଛି।
ସୋମବାର ଜାରି ଏକ ଆଦେଶରେ ଏହାର ସୂଚନା ଦିଆଯାଇଛି। ଏହା ସହିତ ରାଜଧାନୀରେ ବିରୋଧ ପ୍ରଦର୍ଶନ, ଧାରଣା ପାଇଁ ରାମଲୀଲା ମଇଦାନ ସମେତ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିବା କହିଛି ଦିଲ୍ଲୀ ପୋଲିସ।
ଦିଲ୍ଲୀ ପୋଲିସ ଏକ ଐତିହାସିକ ଏବଂ ବଡ଼ ପ୍ରଶାସନିକ ନିଷ୍ପତ୍ତି ନେଇ ଜନ୍ତର ମନ୍ତରକୁ ଆନୁଷ୍ଠାନିକ ଧାରଣାସ୍ଥଳ ତାଲିକାରୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଛି। ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ଦ୍ଵାରା ଜାରି ଷ୍ଟାଣ୍ଡିଂ ଆଇଡି ନମ୍ବର L&O/48/2026 ଅନୁସାରେ, ଏବେ ଜନ୍ତର ମନ୍ତର ବଦଳରେ ରାଜଧାନୀରେ ପ୍ରଦର୍ଶନ ପାଇଁ ରାମଲୀଲା ମଇଦାନ ସମେତ ତିନୋଟି ସ୍ଥାନକୁ ମଞ୍ଜୁରୀ ଦିଆଯାଇଛି।
କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଦ୍ଵାରା ଗଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କମିଟିର ସୁପାରିଶ କ୍ରମେ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଅଧିକାରକୁ ବଜାୟ ରଖିବା ପାଇଁ ତିନୋଟି ସ୍ଥାନକୁ ଅଧିସୂଚିତ କରାଯାଇଛି। ୧ – ରାମଲୀଲା ମଇଦାନ(ସେଣ୍ଟ୍ରାଲ ଦିଲ୍ଲୀ) ୨ – ବୁରାଡ଼ି ଗ୍ରାଉଣ୍ଡ(ଉତ୍ତର ଦିଲ୍ଲୀ) ୩ – ସିବିଡି ଗ୍ରାଉଣ୍ଡ, କଡ଼କଡ଼ଡୁମା(ପୂର୍ବ ଦିଲ୍ଲୀ)
ସୂଚନାଯୋଗ୍ୟ,ସୁପ୍ରିମକୋର୍ଟଙ୍କ ୨୦୧୮ ନିର୍ଦ୍ଦେଶ ଅନୁଯାୟୀ ଜନ୍ତର ମନ୍ତରରେ ସମ୍ପୂର୍ଣ୍ଣ ବ୍ୟାନ୍ ହୋଇପାରିବ ନାହିଁ। କିନ୍ତୁ ନିୟନ୍ତ୍ରଣ କଡା।
ସର୍ବାଧିକ ୧୦୦୦ ଲୋକ ହିଁ ଅନୁମତି ପାଇବେ, ୧୦ ଦିନ ଆଗରୁ ଅନୁମତି ମାଗିବାକୁ ପଡିବ |
୫୦ ହଜାର ପର୍ଯ୍ୟନ୍ତ ଭିଡ ହେଲେ ରାମଲୀଳା ମୈଦାନ, ତାଠୁ ଅଧିକ ହେଲେ ବୁରାରୀ/ନରେଲା ଗ୍ରାଉଣ୍ଡ |
ରାତିରେ ଲାଉଡସ୍ପିକରରେ ନାରା ଓ ଦିନ ରାତି ଟେଣ୍ଟ ପକାଇ ରହିବା ମନା |
ଗତକାଲି ସ୍ପେଶାଲ ସଣ୍ଡେ ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି – ଶାନ୍ତିପୂର୍ଣ୍ଣ ଭିଡକୁ ବିନା ଆଇନରେ ଅଟକ କରାଯିବ ନାହିଁ, ମେଟ୍ରୋ-ରେଳ ଚଳାଚଳ ସ୍ୱାଭାବିକ ରଖାଯାଉ।













Leave a Reply