“ପିଇବା ପାଣି ମଣିଷ” ଡା. ନିରଞ୍ଜନ ମହାନ୍ତି – ବାଲିକୁଦା ବ୍ଲକର ୨୨ ସ୍କୁଲରେ ଶୁଦ୍ଧ ପାଣି ମିଶନ

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦:ତିତିରା ହାଇସ୍କୁଲରେ ‘ପ୍ରତିଭା ପାରିତୋଷିକ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର (ଡ.) ନିରଞ୍ଜନ ମହାନ୍ତିଙ୍କ ଏକାଡେମିକ ସହାୟତାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।ବିଦ୍ୟାଳୟରେ ବିଭିନ୍ନ ବିଷୟରେ ସର୍ବାଧିକ ନମ୍ବର ପାଇଥିବା ଛାତ୍ରଙ୍କୁ – ଗଣିତ, ବିଜ୍ଞାନ, ଇଂରାଜୀ, ସଂସ୍କୃତରେ ପୁରସ୍କାର ଦିଆଗଲା। ଏହାସହ 6x ପ୍ରଦର୍ଶନୀ, ମେଧାବୀ ଛାତ୍ରଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।ଅନ୍ୟ ଏକ କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ପାଇଁ TDS କଣ୍ଟ୍ରୋଲ ସହ ଆଧୁନିକ RO ପ୍ଲାଣ୍ଟ ସ୍ଥାପନ କରାଯାଇଛି। ୨୨୯ ଛାତ୍ରଛାତ୍ରୀ ଉପକୃତ ହେବେ।ଏହି ଅବସରରେ ପ୍ରଧାନ ଶିକ୍ଷକ, ପରିଚାଳନା କମିଟି, ଦାତା ପରିବାର ଉପସ୍ଥିତ ଥିଲେ।

ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ହୋମିଓପ୍ୟାଥିକ୍ ଚିକିତ୍ସକ ପ୍ରଫେସର (ଡା.) ନିରଞ୍ଜନ ମହାନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଶିକ୍ଷା ଇତିହାସରେ ଏକ ନୀରବ ପରିବର୍ତନ ଆଣିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ସ୍ନେହରେ “ଜଳ ମାନବ / ପିଇବା ପାଣି ମଣିଷ” ବୋଲି ଡାକନ୍ତି।୧୯୭୫ରୁ ୫ ଦଶନ୍ଧି ଧରି ମାନବ ସେବାରେ ନିୟୋଜିତ ଡା. ମହାନ୍ତି ୧୨ଟି ମୌଳିକ ପୁସ୍ତକ, ୭୭ରୁ ଅଧିକ ବୈଜ୍ଞାନିକ ପ୍ରବନ୍ଧର ରଚୟିତା ଓ ନାନୋ-କର୍କୁମିନ୍ 6Xର ଆବିଷ୍କାରକ।

ଏହି ଉପକୂଳବର୍ତ୍ତୀ ବ୍ଲକର ଅନେକ ହାଇସ୍କୁଲ ବର୍ଷ ବର୍ଷ ଧରି ସୁରକ୍ଷିତ ପିଇବା ପାଣି ବିନା ଚାଲୁଥିଲା। ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିଲେ। ଡା. ମହାନ୍ତି ନିଜ ଉଦ୍ୟମରେ ବ୍ଲକର ୨୨ଟି ବିଦ୍ୟାଳୟରେ RO ପିଇବା ପାଣି ପ୍ଲାଣ୍ଟ ସ୍ଥାପନ କରାଇଛନ୍ତି। ଏବେ ସ୍ୱଚ୍ଛ ପାଣି ଯୋଗୁଁ ଉପସ୍ଥାନ ଓ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି।

କେବଳ ପାଣି ନୁହେଁ, ତିତିରା ପ୍ରାଥମିକ ବିଦ୍ୟାଳୟରେ ଚଟାଣରେ ବସି ପଢୁଥିବା ପିଲାଙ୍କ ପାଇଁ ବେଞ୍ଚ-ଡେସ୍କ ଯୋଗାଇ ଶ୍ରେଣୀଗୃହକୁ ସମ୍ମାନ ଫେରାଇଲେ ଏବଂ ତିତିରା ହାଇସ୍କୁଲ ଫାଟକ ନିର୍ମାଣ ଓ ଦଶମ ଶ୍ରେଣୀ ଛାତ୍ରଙ୍କୁ ପୁରସ୍କାର ବ୍ୟବସ୍ଥା କରିଛନ୍ତି।

ଅମ୍ବାସୋଳ, ମାରିଚପୁର, ସୋବା ସରସ୍ୱତୀ ଶିଶୁ ମନ୍ଦିର, ରାହଣ, ବଡଗାଁ, ଧନୁହରବେଳାରୀ, ଓଛିନ୍ଦା, ଅଡଙ୍ଗା, ଅଲାଭର, ବାଲିକୁଦା, ଅନନ୍ତପୁର, ତେନ୍ତୁଳିବେଲାରୀ, ଚସାପଡା, ଚାନ୍ଦରାପୁର, ମାଳିକାପୁର, ନାହରଣା, ଓସକଣା, ଭଦା, ଖାଲଗାଁ, ପଞ୍ଚପାଣ୍ଡବ ଶୈଳବଳା, ତିତିରା, ବରିକିନା ୨୨ଟି ବିଦ୍ୟାଳୟରେ RO ପିଇବା ପାଣି ପ୍ଲାଣ୍ଟ ସ୍ଥାପନ କରାଇଛନ୍ତି।।

Leave a Reply

Your email address will not be published. Required fields are marked *