ଭୁବନେଶ୍ବର,୧୮/୧୧ : ସୁପ୍ରିମ୍ ଏଣ୍ଟେରଟେନମେଣ୍ଟ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଦେବକନ୍ୟା’ ସାରା ଓଡ଼ିଶାରେ ଆସନ୍ତା ନଭେମ୍ବର ୨୦ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି l ସେହି ଅବସରରେ ଏହାର ଏକ ସ୍ୱତନ୍ତ୍ର ପ୍ରଦର୍ଶନ କଳିଙ୍ଗ ଷ୍ଟୁଡିଓଠାରେ ଅନୁଷ୍ଠିତ ହୋଇଛି l ଓଡ଼ିଆ ଲୋକକଳା ଓ ଓଡ଼ିଆ ସଂସ୍କୃତି ପରମ୍ପରାକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆରମ୍ଭ କରାଯାଇଥିଲା l ଆଜି ସମସ୍ତ କଳାକାର, ଟେକ୍ନିସିଆନ, ପ୍ରଯୋଜକ, ନିର୍ଦ୍ଦେଶକ,ସଂଗୀତ ନିର୍ଦ୍ଦେଶକ ଓ ମିଡ଼ିଆ ଟିମ୍ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ। ଦର୍ଶକଙ୍କ କରତାଳି ଓ ଶୁଭେଚ୍ଛା କଳାକାର ଦେବକନ୍ୟା ଟିମ କୁ ଉତ୍ସାହିତ କରିଵା ସହ ଭବିଷ୍ୟତ ପାଇଁ ଆଶାବାଦୀ କରି ପାରିଛି l ଏହି ସ୍ୱତନ୍ତ୍ର ପ୍ରଦର୍ଶନରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ପୂର୍ବତନ ବିଧାୟକ ବରିଷ୍ଠ ସମାଜସେବା ସୁରେଶ ରାଉତରାୟ, ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଡଃ ରୋଜାଲିନ୍ ପଟ୍ଟଶାଣି ଯୋଗଦେଇଥିଲେ l ତାଙ୍କ ସହିତ ମଞ୍ଚରେ କଲଚରାଲ ଆଡ଼ଭାଇଜର ଆଶୁତୋଷ ତ୍ରିପାଠୀ, ପ୍ରଯୋଜକ ସୁରେଶ ସାହୁ, କୁନା ତ୍ରିପାଠୀ, ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ), କେଦାର ମିଶ୍ର, ଅଭିନେତ୍ରୀ ସୁଶ୍ରୀଙ୍କ ପ୍ରମୁଖ ଉପସ୍ଥିତ ଥିଲେ l
କାହାଣୀଟି ପ୍ରସିଦ୍ଧ ନାଟ୍ୟକାର ଶଙ୍କର ତ୍ରିପାଠୀ ରଚନା କରିଥିବାବେଳେ ସୁରେଶ ସାହୁ ଓ ଭାର୍ଗବୀ ତ୍ରିପାଠୀ ପ୍ରଯୋଜନା କରିଛନ୍ତି। ନିର୍ଦ୍ଦେଶନା ରାଶେଷ ମହାନ୍ତି, ସଂଗୀତ ବିକାଶ ଦାସ, ନୃତ୍ୟ ନିର୍ଦ୍ଦେଶନା ଲୁବୁନ ଟୁବୁନ ଓ ବିଦୁ, ଚିତ୍ରତ୍ତୋଳନ ସୁଦର୍ଶନ ସେନାପତି ଓ ସମ୍ପାଦନା ଚନ୍ଦ୍ରଶେଖର ମିଶ୍ର କରିଛନ୍ତି l କାର୍ଯ୍ୟକାରୀ ପ୍ରଯୋଜକ ମହେଶ ବାରିକ ଓ ପ୍ରଡକସନ୍ ଡିଜାଇନର ଭରତ ସେଠୀ ଦାୟିତ୍ୱ ତୁଲାଇଥିବାବେଳେ ଆଶୁତୋଷ ତ୍ରିପାଠୀ କଲଚରାଲ ଆଡ଼ଭାଇଜରଙ୍କ ତତ୍ତ୍ଵବଧାନରେ ସମ୍ପୂର୍ଣ୍ଣ ସିନେମା ପ୍ରସ୍ତୁତ ହୋଇଚି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ପ୍ରଣୟ ଜେଠୀ ଓ ଟିମ ସମ୍ଭାଳିଛନ୍ତି। ଏଥିରେ ଅଭିଜ୍ଞ କଳାକାର କୁନା ତ୍ରିପାଠୀ, ଅଶ୍ରୁ୍ମୋଚନ ମହାନ୍ତି, କେଦାର ମିଶ୍ର, ରବି ମିଶ୍ର, ଦେବ, ରବୀନ୍ଦ୍ରନାଥ ସିଂ, ନବଗତା ନୂତନ, ଲୋପା, ଧରିତ୍ରୀ, ଶମ୍ଭୁନାଥ ଖୁଣ୍ଟିଆ, ବିପିନ ଗୋଛିକାର ଓ ଶିଶୁ କଳାକାର କିରନଜିତ ଅଭିନୟ କରିଛନ୍ତି l ଏହି ସିନେମାର ନାୟକ ଶୁଭାଶିଷ ଶର୍ମା ଦେବକନ୍ୟା ଶୀର୍ଷକ ଭୂମିକାରେ ଅବତୀର୍ଣ୍ଣ ହେଇଥିଵା ବେଳେ ନବଗତା ନାୟିକା ସୁଶ୍ରୀ ଙ୍କୁ ଦେଖିବାକୁ ମିଳିବ l ଆଜିର ସ୍ୱତନ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଦେବକନ୍ୟା ପରିବାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରଣୟ ଜେଠୀ ଓ ଅଭିନେତା କୁନା ତ୍ରିପାଠୀ ସଂଚାଳନ କରିଥିଲେ l













Leave a Reply