ଭୁବନେଶ୍ବର,୧୮/୧୧ : ସମ୍ଭାବ୍ୟ ବାତ୍ୟା ‘ଆକୱାନ’ର ମୁକାବିଲା ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓସୱାନ୍ ହଲ୍ରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର, ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ବେଳାଭୂମି ବନ୍ଦ ରହିବ। ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶରଧାବାଲିରେ ପ୍ରବେଶ ନିଷେଧ ରହିବ। ନଭେମ୍ବର ୧୯ ଓ ୨୦ରେ ଚିଲିକାରେ ନୌକା ଓ ଫେରୀ ସେବା ମଧ୍ୟ ସ୍ଥଗିତ ରହିବ। ବାତ୍ୟା ମୁକାବିଲା ପାଇଁ ୩ଟି ଓଡ୍ରାଫ୍ ଓ ୨ଟି ଏନଡିଆରଏଫ୍ ଟିମ୍ ମୁତୟନ ସହ ୨୪ ଘଣ୍ଟିଆ ଜିଲ୍ଲା ଓ ବ୍ଲକସ୍ତରୀୟ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି।
ଜନସାଧାରଣ ଓ ପର୍ଯ୍ୟଟକମାନେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।













Leave a Reply