ସମସ୍ତେ ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ : ନବୀନ ପଟ୍ଟନାୟକ

ଭୁବନେଶ୍ବର,୧୮/୧୧ : ଗଭୀର ଚିନ୍ତିତ ଯେ ଓଡ଼ିଶା ଉପକୂଳରେ ପୁଣି ଗୋଟିଏ ବାତ୍ୟା ଅକବାନ୍ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଦେଖା ଦେଇଛି।

ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଆମର ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲା ବିଶେଷ କ୍ଷତି ସହିଥିଲା। ଏହି ଜିଲ୍ଲାଗୁଡ଼ିକର ଲୋକଙ୍କ କଷ୍ଟ ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି।

ସମସ୍ତେ ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ଏହି ବିପତ୍ତି ସମୟରେ ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ ଭାଇଭଉଣୀମାନେ ଲୋକଙ୍କ ସହ ରହି ସହାୟତା ଯୋଗାଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *