ମୂକ ସାକ୍ଷୀ 

କେଉଁ ଏକ ଆବାହମାନ କାଳରୁ

ନଈ କୂଳରେ ମୂକ ସାକ୍ଷୀ ଭାବେ

ଦଣ୍ଡାୟମାନ ମୁଁ ପାନ୍ଥଶାଳା…

ଛାତରେ ମୋର ଅନେକ ଫାଟ

ଠାଏ ଠାଏ ଚରିଗଲେଣି ଅନେକ ଶିଉଳି ଓ ଅନାବନା ଗଛର ଲତା,

ହେଲେ ଆଜି ଵି ଲିପିବଦ୍ଧ,ମୋ ଦେହେ ଅନେକ ସ୍ମୃତି,

ଅଧାଭଙ୍ଗା କାନ୍ଥରେ ଲେଖା

କେତେ ଲୋକଙ୍କର ଜୀଵନର ଗୀତି ।

ବେଳେ ବେଳେ ଆସେ କିଏ

କ୍ଷତାକ୍ତ ମନ ନେଇ

ଚୁପ୍ ଚାପ୍ ଵସି ମନକୁ ଶାନ୍ତ କରିବାକୁ ତ,

ଆଉ କିଏ ଆସେ ଭରସାର ଆଶା ନେଇ, କିଏ ଵାଣ୍ଟେ ମିଠା ମିଠା ସ୍ୱପ୍ନ,କିଏ ପୁଣି ଢାଳିଦିଏ ଜହରର ଜ୍ୱାଳା….

ମୂକ ସାକ୍ଷୀ ସହେ କେତେ ପୀଡ଼ା

ଦଦରା କାନ୍ଥରେ ମୋର

ବିଶ୍ୱାସ ଅବିଶ୍ୱାସ ର ସ୍ୱାକ୍ଷର ।

 

କଥା ଦିଆ ନିଆ ପ୍ରେମିକ ପ୍ରେମିକା

କେତେ ପାପ କେତେ ପୁଣ୍ୟ,

ମୂକ ସାକ୍ଷୀ ହୋଇ ଦେଖେ ସିନା ଖାଲି,

ଭୁଲ୍ ଠିକ୍ କରେନି ବିଚାର….

ମନେ ମନେ ଭାବେ ଆଉ ଏକ ଘଟଣା

ଯୋଡ଼ି ହୋଇ ଗଲା ଇତିହାସେ ମୋର ..।

ଵାଟୋଇର ଆଶ୍ରା ସ୍ଥଳ

କେତେ ବନ୍ଧୁଙ୍କ ର ମିଳନ

କିଏ ଆପଣାର କିଏ ବା,ପର

ପଚାରେନା କେଵେ କାହା ପରିଚୟ,

ଭଗ୍ନ ଅଗଣାରେ ମୋର

କିଚିରି ମିଚିରି ପକ୍ଷୀଙ୍କର ପୂର୍ଣ୍ଣ କଳରବ,

ଉନ୍ମୁକ୍ତ ଛାତିରେ ମୋର

ବାତ୍ସଲ୍ୟର ଝର…।

ଦିବସ ରଜନୀ ସମୟକୁ କେବେ

ଗଣେ ନାହିଁ ମୁହିଁ

ମୂକ ସାକ୍ଷୀ ହୋଇ କାଳ କାଳକୁ ଥିବି ରହି..ଜୀବନର ଗୀତ ଗାଇ….।

ପ୍ରତିଭା ସାହୁ… ଗଙ୍ଗୋତ୍ରୀନଗର ଲେନ୍ ୩..(ଖାରବେଳ ବିହାର)

(ଭୁବନେଶ୍ୱର)

Leave a Reply

Your email address will not be published. Required fields are marked *