ଭୁବନେଶ୍ୱର, ୯/୯: ଧଉଳି ଥାନା ଅଞ୍ଚଳ ରେ ସିନ୍ଧିଚୋର ମାମଲାର ଶୁଣାଣି । ଅଭିଯୁକ୍ତ ବିରୋଧରେ ମାମଲାର ଶୁଣାଣି କରି ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ୫ର ବିଚାରପତି ସୁଶ୍ରୀ ଇତିଶ୍ରୀ ମହାପାତ୍ର ପେସାଦାର ଅପରାଧୀ ନିଲୁ ବେହେରା ଓରଫ ବାଜା କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ମାସର କାରାଦଣ୍ଡ ଶୁଣାଇଛନ୍ତି ।
ଦୋଷୀକୁ ଦଣ୍ଡ ବିଧାନ କ୍ଷେତ୍ରରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଏହା ହେଉଛି ୧୦୦ତମ ମାମଲା ।
ସୂଚନାଯୋଗ୍ୟ, ଗତ ୧୮ ତାରିଖ ମାର୍ଚ୍ଚ ମାସରେ ଶିଶୁପାଳ ଗଡ ସ୍ଥିତ ସର୍ବେଶ୍ୱର ମାଝୀ ଙ୍କ ଘରୁ ଚୋରି ହୋଇଥିଲା । ଏନେଇ ସେ ଧଉଳି ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିବା ସହ ସବ୍ ଇନ୍ସପେକ୍ଟର ବିଭୂ ନାରାୟଣ ସାହୁ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ଅଭିଯୁକ୍ତ ନିଲୁ ବେହେରା ଙ୍କୁ ଚୋରି ମାମଲାରେ ଗିରଫ କରି ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଥିଲେ । କୋର୍ଟ ଚାଲାଣ କରିବା ପରେ ଚାର୍ଜ ସିଟି ଦାଖଲ କରିଥିଲେ । ପୂର୍ବରୁ ଅପରାଧୀ ନାଁ ରେ ଅନେକ ମାମଲା ରହିଛି ।
ମାନ୍ୟବର ଅଦାଲତ ମାମଲାର ଶୁଣାଣି କରି ଅପରାଧୀ ବିରୋଧରେ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀମତୀ ରାଜଲକ୍ଷ୍ମୀ ନାୟକ ଏହି ମାମଲାକୁ ସଫଳତାର ସହ ପରିଚାଳନା କରିଥିଲେ ।













Leave a Reply