ରଥଯାତ୍ରାରେ ସୁଗମ ପରିବହନ, ସୁରକ୍ଷିତ ଯାତାୟତ ଏବଂ ଟ୍ରାଫିକ୍‌ ସୁପରିଚାଳନା ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ବର,୪/୭ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟତ ଏବଂ ଟ୍ରାଫିକ୍‌ ସୁପରିଚାଳନା ନିମନ୍ତେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, “ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ସୁଗମ ଯାତାୟାତ ହିଁ ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶାସନ, ପୋଲିସ ଏବଂ ପରିବହନ ବିଭାଗ ଉତ୍ତମ ସମନ୍ୱୟ ରଖି ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।” ସମସ୍ତ କାର୍ଯ୍ୟକୁ ଅତି ଶୀଘ୍ର ଚୂଡ଼ାନ୍ତ ଓ ନିର୍ଭୁଲ ରୂପ ଦେବା ସହ ନିୟମିତ ଭାବେ ଏହାର ତଦାରଖ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *