ପୁରୀର ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ

ଭୁବନେଶ୍ୱର/ପୁରୀ, ୨୯/୯: ଅସାଧୁ ଉପାୟରେ ଲୋକମାନଙ୍କୁ ଠକୁଛନ୍ତି ଖଜା ବ୍ୟବସାୟୀ | ସାଧାରଣ ଲୋକଙ୍କ ବିଶ୍ୱାସ ଭାବନା ସହ ଖେଳ ଖେଳୁଛନ୍ତି ବ୍ୟବସାୟୀ |ପୁରୀ ଟାଉନ ଥାନା ଅଞ୍ଚଳରେ ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ପୋଲିସ, ସୁରକ୍ଷା ବିଭାଗ, ପୁରୀ ମହାନଗର ନିଗମ, ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛି । ଅସାଧୁ ଉପାୟରେ ଲୋକମାନଙ୍କୁ ଠକୁଥିବା ଖଜା ବ୍ୟବସାୟୀଙ୍କ ଗୋଦାମରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଓ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଇଥିଲା। କାକୁଡି ଖାଇ ଛକ ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରାଯାଇଥିବା ବେଳେ ପ୍ରାୟ ତିନି କୁଇଣ୍ଟାଲ ରୁ ଅଧିକ ଭେଜାଲ ଓ ନିମ୍ନ ମାନର ଖଜା ଜବତ କରାଯାଇଛି।

ଯାଞ୍ଚ ବେଳେ ବହୁ ମାତ୍ରାରେ ଘରୋଇ ଗ୍ୟାସ ବ୍ୟବହାର ନେଇ ନଜରକୁ ଆସିଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ପ୍ରାୟ ୭ଟି ଘରୋଇ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି| ୪୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ, ୨ ଗୋଦାମ କୁ ସିଲ୍ କରାଯାଇଛି | ଏଥିସହ ରେଡ ଜାରି ରହିଛି |

Leave a Reply

Your email address will not be published. Required fields are marked *