ନୂଆଦିଲ୍ଲୀ, ୨୦/୧୧ : ଏଥର ଭାରତରେ SCO ସିଭିଲାଇଜେସନ୍ ଡାୟଲଗ୍ ଫୋରମ୍ ଆୟୋଜିତ ହେଉଛି । ଏହି ଫୋରମରେ ପାକିସ୍ତାନର ପ୍ରତିନିଧୀ ମାନେ ମଧ୍ୟ ଅଂଶଗ୍ରହଣ କରିବେ । ଏଥିପାଇଁ ପାକିସ୍ତାନ ମନ୍ତ୍ରୀ ମୁସାଦିକ ମଲିକ ଭାରତରେ ପହଞ୍ଚିଛନ୍ତି । ଅପରେସନ୍ ସିନ୍ଦୁର ପରେ ଏହା ପ୍ରଥମ ଥର ପାଇଁ ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତ ଗସ୍ତ କରୁଛନ୍ତି । ସୂଚନାନୁସାରେ, ପାକିସ୍ତାନର ଦୁଇ ଜଣ ବ୍ୟକ୍ତି ଏହି ଫୋରମରେ ଭାଗ ନେବାକୁ ଭାରତ ଆସିଛନ୍ତି ।
ସୂଚନାନୁସାରେ, ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସମନ୍ୱୟ ମନ୍ତ୍ରୀ ମୁସାଦିକ ମଲିକ ଏବଂ ଏସସିଓ ନିର୍ଦ୍ଦେଶକ ଆୟେଶା ମିର ଭାରତ ଆସିଛନ୍ତି । ଏହା ପୂର୍ବରୁ ତାରିକ ମାସୁଦ ଭାରତର ପାକିସ୍ତାନର ପୂର୍ବତନ ହାଇ କମିଶନର ଥିଲେ, ତାଙ୍କ ନାମ ଭାରତ ପ୍ରତିନିଧୀ ଦଳରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା, କିନ୍ତୁ ସେ ଆସି ନଥିଲେ । ପାକିସ୍ତାନରୁ ଆସିଥିବା ଲୋକମାନେ ୨୩ ନଭେମ୍ବରରେ ଫେରିବେ । ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ପ୍ରତିନିଧି ଦଳ ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନ କରିବେ । ଏହା ବ୍ୟତୀତ ଏହି ପ୍ରତିନିଧୀ ଦଳ ଦିଲି ହାଟ ଏବଂ ହୁମାୟୁନ କବର ପରିଦର୍ଶନ କରିବେ ।













Leave a Reply