ଭୁବନେଶ୍ବର,୨୦/୧୧ : ଅଲ ଇଣ୍ଡିଆ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟ ଆସୋସିଏସନର ଓଡିଶା ଶାଖା ତରଫରୁ ବରମୁଣ୍ଡା କାଳୀ ମନ୍ଦିର ପରିସରରେ ତୃତୀୟ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସଭାରେ ଉପସ୍ଥିତ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟଗଣ ସ୍ବର୍ଗତ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମିତ୍ତ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହି ସଭାରେ ଆଗାମୀ ଡିସେମ୍ବରରେ ହେବାକୁ ଥିବା ସର୍ବ ଭାରତୀୟ ସମ୍ମିଳନୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ଓ ଏହି ସମ୍ମିଳନୀ ଭୁବନେଶ୍ଵରସ୍ଥିତ ଏମ୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା।ଏହି ବୈଠକରେ ଓଡିଶାର ବିଭିନ୍ନ ହସ୍ପିଟାଲରୁ ଆସିଥିବା ମେଡିକାଲ ଲାବୋରେଟୋରୀ ଟେକନିସିଆନମାନେ ଯୋଗ ଦେଥିଲେ।
ଆସନ୍ତା ମାସ ୧୩ ତାରିଖରେ ଅନୁଷ୍ଠାନ ତରଫରୁ ଏକ ମାରାଥନ ମଧ୍ୟ ଆୟୋଜିତ ହେବ, ଯାହା ମାଷ୍ଟରକ୍ୟାଣ୍ଟିନରୁ ଆରମ୍ଭ ହୋଇ ରାମମନ୍ଦିର ନିକଟରେ ପହଁଚିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି | ଶେଷରେ ଯୁବ ଶକ୍ତିର ପ୍ରତିଷ୍ଠାତା ଅମିତ୍ ମଲ୍ଲିକ ଆଗାମୀ ସମ୍ମିଳନୀ ଅବସରରେ ପ୍ରଚାର ପ୍ରସାରରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।













Leave a Reply