ଭୁବନେଶ୍ୱର,୧/୯ : ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଦିଲ୍ଲୀ ଗସ୍ତ କରିଥିବା ଦଳୀୟ ନେତାମାନେ ସ୍ପଷ୍ଟ କରିଛନ୍ତି।
ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ତାଙ୍କର ଏହି ଗସ୍ତ ପଛରେ ବ୍ୟକ୍ତିଗତ କାରଣ ବ୍ୟତୀତ ଅନ୍ୟ କୌଣସି କାରଣ ନଥିବା ଦଳ ପକ୍ଷରୁ କୁହାଯାଇଛି। ବିଜେଡି ଉପସଭାପତି ଦେବୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ମଧ୍ୟ ନବୀନଙ୍କ ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସ୍ପଷ୍ଟ କରିଛନ୍ତି। ଗସ୍ତ ସମୟରେ ନବୀନ କିଛି ବ୍ୟକ୍ତିଗତ କାର୍ଯ୍ୟସୂଚୀ ଶେଷ କରିବେ।













Leave a Reply