NEET-SS ଯୋଗ୍ୟତା ମାର୍କ ୫୦% ରୁ ୩୦% କୁ ହ୍ରାସ

ଭୁବନେଶ୍ୱର, ୧୮/୯: ନିଟ୍‌-ଏସ୍‌ଏସ୍‌ କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ସୁପର ସ୍ପେଶିଆଲିଟି ସିଟ୍‌ ପାଇଁ ଯୋଗ୍ୟତା ମାର୍କକୁ କମ୍ କରଯାଇଛି। ପୂର୍ବରୁ ୫୦% ରହୁଥିବା ବେଳେ, ଏବେ ୩୦%କୁ ହ୍ରାସ କରିବା ଲାଗି ସହମତି ପ୍ରକାଶ ପାଇଛି । ଏନେଇ ଗୁରୁବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି । ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ନୋଟ୍‌ରେ ଦର୍ଶାଯାଇଛି ଯେ ନିଟ୍‌-ଏସ୍‌ଏସ୍‌ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ଶେଷ ହେବା ପରେ ମଧ୍ୟ ଆହୁରି ୧,୮୫୭ ଏସ୍‌ଏସ୍‌ ସିଟ୍‌ ଖାଲି ପଡିଛି । ସେଥିରୁ ବଡ ସଂଖ୍ୟାରେ ସିଟ୍‌ ମେଡିକାଲ ଓ ସର୍ଜିକାଲ ବିଷୟ ସହ ଜଡିତ ଅଛି । ଏହି ପ୍ରସଙ୍ଗରେ ସବୁ ହିତଧାରକଙ୍କ ସହ ବିଚାର କରାଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ଦର୍ଶାଇଛନ୍ତି ଯେ, ବର୍ତ୍ତମାନ ପ୍ରଚଳିତ ୫୦ ପ୍ରତିଶତ ମାର୍କ୍ସକୁ କମାଇ ୩୦ ପ୍ରତିଶତ କରିଦିଆଯିବା ଫଳରେ ପ୍ରାୟ ୬ ହଜାର ଆଶାୟୀ ଯୋଗ୍ୟ ହୋଇଯିବେ । ଅର୍ଥାତ ୧,୮୫୭ ଖାଲି ସିଟ୍‌ ପାଇଁ ୬ ହଜାର ଯୋଗ୍ୟ ପ୍ରାର୍ଥୀ ରହିବେ । ବହୁ ସଂଖ୍ୟାରେ ନିଟ୍‌-ଏସ୍‌ଏସ୍‌ ସିଟ୍‌ ଖାଲି ରହୁଥିବାରୁ ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଯୋଗ୍ୟତା ମାର୍କ୍ସ ହ୍ରାସ ନ କରିବା ଉପରେ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ । ତାମିଲନାଡୁରେ ସରକାରୀ ଡାକ୍ତରଙ୍କ ପାଇଁ ସଂରକ୍ଷିତ ୧୫୨ ଖାଲି ଏସ୍‌ଏସ୍‌ ସିଟ୍‌କୁ ସର୍ବଭାରତୀୟ କୋଟାରେ ସମୟ ପୂର୍ବରୁ ଟ୍ରାନ୍ସଫର କରିଦିଆଯିବାକୁ ଚାଲେଞ୍ଜ କରି ଆଗତ ପିଟିସନ ଉପରେ ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟରେ ଗତକାଲି ଶୁଣାଣି ହୋଇଥିଲା । ଅତିରିକ୍ତ ସଲିସିଟର ଜେରେନାଲ ଦର୍ଶାଇଥିଲେ କି ସର୍ବୋଚ୍ଚ ଅଦାଲତ ଦେଇଥିବା ପୂର୍ବ ଆଦେଶ ଏବଂ ବିଶେଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁର ସରକାରୀ ଡାକ୍ତରଙ୍କ ଲାଗି ୪୦ ସିଟ୍‌ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *