ଯାତ୍ରୀଙ୍କୁ ଏୟାରଲାଇନ ଇଣ୍ଡିଗୋର ମହଙ୍ଗା ମାଡ଼, ଅତିରିକ୍ତ ସେବା ମୂଲ୍ୟ ବୃଦ୍ଧି

ଭୁବନେଶ୍ୱର, ୧୮/୯: ଦେଶର ପ୍ରମୁଖ ଏୟାରଲାଇନ ଇଣ୍ଡିଗୋ ପକ୍ଷରୁ ଯାତ୍ରୀଙ୍କ ଉପରେ ମହଙ୍ଗା ମାଡ କରିଛି | ଅତିରିକ୍ତ ସେବା ମୂଲ୍ୟକୁ ବୃଦ୍ଧି କରିଦେଇଛି । ଯେପରିକି ଅତିରିକ୍ତ ବ୍ୟାଗ, ଶିଶୁଙ୍କ ଯାତ୍ରା, ଏକାକୀ ଯାତ୍ରା କରୁଥିବା ଶିଶୁ, ଅଗ୍ରାଧିକାର ଭିତ୍ତିରେ ଚେକ୍-ଇନ୍ ସୁବିଧାଗୁଡ଼ିକର ଶୁଳ୍କ ବଢ଼ାଇ ଦିଆଯାଇଛି। ଆଗାମୀ ଦିନରେ ଯାତ୍ରା କରିବାକୁ ଯାଉଥିବା ଯାତ୍ରୀଙ୍କୁ ଏହି ମୂଲ୍ୟ ଦେବାକୁ ପଡ଼ିବ।

ଅତିରିକ୍ତ ବ୍ୟାଗେଜ ପାଇଁ କେଜି ପିଛା ଅଧିକ ୧୦୦ ଟଙ୍କା, ୩ ଦିନରୁ ୨ ବର୍ଷର ଶିଶୁଙ୍କ ପିଛା ହଜାରେ ଟଙ୍କା, ଏକାକୀ ଯାତ୍ରା କରୁଥିବା ଶିଶୁଙ୍କ ପାଇଁ ୯୯୯ ଟଙ୍କା, ଘରୋଇ ଫାଷ୍ଟ ଫରୱାଡ ସେବା ଲାଗି ଅଧିକ ୧୫୦ ଟଙ୍କା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ସବୁଠୁ ବଡ ଏୟାରଲାଇନ ଇଣ୍ଡିଗୋ ଘରୋଇ ଉଡାଣରେ ଅନେକ ସେବାର ଫିସ୍ ବଢାଇଛି | ଏୟାରଲାଇନ କହିଛି ଏହା ଐଚ୍ଛିକ ସେବା, କିନ୍ତୁ ପରିବାର ସହ ଯାତ୍ରା କରୁଥିବା ଲୋକଙ୍କ ପାଇଁ ମୋଟ ଖର୍ଚ୍ଚ ବଢିବ। କେବଳ ଶିଶୁ ଫିସ୍ ବୃଦ୍ଧିରୁ ବର୍ଷକୁ ପ୍ରାୟ ₹90-100 କୋଟି ଅତିରିକ୍ତ ଆୟ ହେବ ବୋଲି ଆକଳନ କରିଛି |

Leave a Reply

Your email address will not be published. Required fields are marked *