ଭୁବନେଶ୍ବର, ୧୭/୯: ବିସିସିଆଇ ପକ୍ଷରୁ ଅକ୍ଟୋବର ୬ ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଟିମ୍ ଘୋଷଣା ହୋଇଛି।
ଅଧିନାୟକ ଭାବେ ଶ୍ରେୟସ ଆୟର, ଉପ-ଅଧିନାୟକ ତିଲକ ବର୍ମା ଙ୍କୁ ଚୟନ କରାଯାଇଥିବା ବେଳେ, ବ୍ୟାଟର: ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ୱିକେଟ୍ କିପର: ଇଶାନ କିଷନ, ସଞ୍ଜୁ ସାମସନ, ଅଲରାଉଣ୍ଡର: ଶିବମ ଦୁବେ, ନିତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ସ୍ପିନର: କୁଳଦୀପ ଯାଦବ, ରବି ବିଷ୍ଣୋଇ, ପେସର: ଅର୍ଶଦୀପ ସିଂହ, ମୟଙ୍କ ଯାଦବ, ପ୍ରିନ୍ସ ଯାଦବଙ୍କୁ ଚୟନ କରାଯାଇଛି। ଜସପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ପ୍ରଥମ ମ୍ୟାଚ୍ ଲକ୍ଷ୍ନୌରେ ଅକ୍ଟୋବର ୬ରେ ଖେଳାଯିବ ।
ଟିମ୍ରେ ଫେରିଲେ ଘାତକ ବୋଲର୍ ମୟଙ୍କ ଯାଦବ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ପୁଣି ଥରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଦ୍ରୁତ ବୋଲର୍ ମୟଙ୍କ ଯାଦବ। ନିଜର ଘଣ୍ଟାପ୍ରତି ଦ୍ରୁତ ବେଗର ବୋଲିଂ ପାଇଁ ଚର୍ଚ୍ଚିତ ମୟଙ୍କ ଏହା ପୂର୍ବରୁ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ରେ ଭାରତ ପାଇଁ ଖେଳିଥିଲେ। ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବଅଲରାଉଣ୍ଡର୍ଙ୍କ ଉପରେ ମଧ୍ୟ ନଜର: ଟି-୨୦ ଦଳରେ ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର ଓ ନୀତୀଶ କୁମାର ରେଡ୍ଡୀଙ୍କ ଭଳି ଅଲରାଉଣ୍ଡର୍ଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେହିପରି ଅଭିଷେକ ଶର୍ମା, ତିଲକ ବର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ମଧ୍ୟ ନଜର ରହିବ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ: ଶ୍ରେୟସ ଅୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ (ୱିକେଟକିପର୍), ସଞ୍ଜୁ ସାମସନ୍ (ୱିକେଟକିପର୍), ତିଲକ ବର୍ମା (ଉପଅଧିନାୟକ), ଶିବମ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଓ ମୟଙ୍କ ଯାଦବ।୬ ଅକ୍ଟୋବରରୁ ଟି-୨୦ ସିରିଜ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ର ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ୬ ଅକ୍ଟୋବରରେ ଲକ୍ଷ୍ନୌରେ ଖେଳାଯିବ। ଏହାପରେ ଦ୍ୱିତୀୟ ମ୍ୟାଚ୍ ୯ ଅକ୍ଟୋବରରେ ରାଞ୍ଚି, ତୃତୀୟ ମ୍ୟାଚ୍ ୧୧ ଅକ୍ଟୋବରରେ ଇନ୍ଦୋର, ଚତୁର୍ଥ ମ୍ୟାଚ୍ ୧୪ ଅକ୍ଟୋବରରେ ହାଇଦ୍ରାବାଦ ଏବଂ ପଞ୍ଚମ ତଥା ଅନ୍ତିମ ଟି-୨୦ ୧୭ ଅକ୍ଟୋବରରେ ବେଙ୍ଗାଲୁରୁରେ ଖେଳାଯିବ।
ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଏବେ ଶ୍ରେୟସଙ୍କ ନେତୃତ୍ୱରେ ଭାରତୀୟ ଦଳ କିଭଳି ପ୍ରଦର୍ଶନ କରୁଛି ଏବଂ ମୟଙ୍କ ଯାଦବଙ୍କ ଗତିର ଜଲୱା ପୁଣି ମଇଦାନରେ ଦେଖିବାକୁ ମିଳୁଛି କି ନାହିଁ, ତାହା ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ।













Leave a Reply