ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ପ୍ରସ୍ତୁତି ବୈଠକ

ବାରିପଦା,୨୫/୮ : ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ପ୍ରସ୍ତୁତି ବୈଠକ ଦଳର ରାଜ୍ୟ ସଭାପତି ମହମ୍ମଦ ମୋକିମଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସମ୍ପାଦକ ଅଂଶୁମାନ ଦାସଙ୍କ ନେତୃତ୍ୱରେ ବାରିପଦାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଦଳର ବରିଷ୍ଠ ନେତା ତଥା ରାଜ୍ୟ ଉପ-ସଭାପତି ନିକୁଞ୍ଜ ପଷାୟତ, ରାଜ୍ୟ ଉପ-ସଭାପତି ପ୍ରଦୀପ ପ୍ରଧାନ ଏବଂ ଓଡ଼ିଶା ଯୁବ ଜନତା କଂଗ୍ରେସର ରାଜ୍ୟ ସଭାପତି ଆର୍ଯ୍ୟବୀର ଲେଙ୍କା ଯୋଗଦେଇଥିଲେ। ଜିଲ୍ଲାର ମୌଳିକ ସମସ୍ୟା, ଆଗାମୀ ଦିନରେ ସଂଗଠନକୁ କିଭଳି ମଜବୁତ କରାଯିବ। ଏହାସହିତ ଆଗାମୀ ଦିନରେ ଲୋକଙ୍କ ଅଧିକାର ପାଇଁ , ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଏକତ୍ରିତ ହେଇକି କେମିତି ଲଢେଇ କରାଯିବ ସେନେଇ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଓଡିଶା ଜନତା କଂଗ୍ରେସ ମୟୂରଭଞ୍ଜରୁ ନରୋତ୍ତମ ମହାନ୍ତ, ଧନୁର୍ଜୟ ସିଂ, ସେକ୍ ସିଦ୍ଦିକି, ମନୋରଞ୍ଜନ ସିଂ, ମୋନାଲିଶା କବାଟ, ଏବଂ ସୁମିତ୍ରା ରାଉତ, ମୋନାଲିସା ଗିରି ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ସଂଗଠନକୁ କିଭଳି ମଜବୁତ କରାଯିବା ଏଥି ସହିତ ୱାର୍ଡ ସ୍ତରରେ ଲୋକଙ୍କ ପାଖକୁ ଦଳ ପହଞ୍ଚିବ ସେ ଦିଗରେ ମତ ରଖିଥିଲେ।

Leave a Reply

Your email address will not be published. Required fields are marked *