“କୋଟିଆ ପରବ–୨୦୨୬”ର ଆୟୋଜନକୁ ସୁବ୍ୟବସ୍ଥିତ ଓ ସଫଳ କରିବା ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ବର,୨୨/୧୧ : କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି “କୋଟିଆ ପରବ–୨୦୨୬”ର ଆୟୋଜନକୁ ସୁବ୍ୟବସ୍ଥିତ ଓ ସଫଳ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ, ଆବଶ୍ୟକୀୟ ଭିତ୍ତିଭୂମି, ଅତିଥିଙ୍କ ସୁବିଧା, ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଟିଆର ସମୃଦ୍ଧ ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାକୁ ଉତ୍ସବ ମାଧ୍ୟମରେ ପ୍ରତିଫଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ କୋରାପୁଟ ବିଧାୟକ, ଜୟପୁର ବିଧାୟକ, ଜିଲ୍ଲା ପରିଷଦ (ସଭାପତି) ଅଧ୍ୟକ୍ଷା, କୋରାପୁଟ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *