ଓଡ଼ିଶା ଅପଡେଟର ‘ରାସ ମଣ୍ଡପରେ ମହାପ୍ରଭୁ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର,୨୨/୭ : ଶ୍ରୀଜଗନ୍ନାଥଙ୍କ ମହିମା, ପରମ୍ପରା ଓ ରାସ ସଂସ୍କୃତିକୁ ନେଇ ଓଡ଼ିଶା ଅପଡେଟ ପକ୍ଷରୁ “ରାସ ମଣ୍ଡପରେ ମହାପ୍ରଭୁ” ଶୀର୍ଷକ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ରେଲୱେ ଭଞ୍ଜ ଅଡ଼ିଟୋରିୟମଠାରେ ସଫଳତାର ସହ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ମହିଳା ଉଦ୍ୟୋଗୀ ଦେବସ୍ମିତା ମହାନ୍ତି ଯୋଗଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ସିନେମା ପ୍ରଯୋଜକ ଅତୀଶ କୁମାର ରାଉତ, ସିରିଏଲ ଆର୍ଟିଷ୍ଟ ସ୍ବର୍ଣ୍ଣଲତା ବିଶ୍ବାଳ, କଥକ ଡ୍ୟାନ୍ସର ଡ.ସଙ୍ଗୀତା ସାହୁ, ସିନେମା ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା, ସାହିତ୍ୟିକ ସୁକାନ୍ତ କୁମାର ନାୟକ, ସମାଜସେବୀ ରଶ୍ମିତା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି, ରାସ ମଣ୍ଡପର ପରମ୍ପରା ଏବଂ ମହାପ୍ରଭୁଙ୍କ ଲୀଳା ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ଓଡ଼ିଶା ଅପଡେଟର ଏହି ପ୍ରୟାସକୁ ଉପସ୍ଥିତ ଅତିଥି ଖୁବ୍ ପ୍ରଶଂସା କରିଥିଲେ।

ଏହି ଅବସରରେ ସୁପ୍ରିୟା ରାଉତ, ଆକାଂକ୍ଷା ପାଣିଗ୍ରାହୀ, ମୀନା କୁମାରୀ ପ୍ରଧାନ, ସୁନୀତା ମହାନ୍ତି, ଗୀତାଞ୍ଜଳୀ ପୂର୍ଣ୍ଣ ନୃତ୍ୟାୟନା ଅନୁଷ୍ଠାନ, ଡ.ଶ୍ରୀନିବାସ ଆଚାର୍ଯ୍ୟ, ଡ. ଦିବ୍ୟା ଜ୍ୟୋସ୍ନା, ସ୍ମୃତି ଷଡ଼ଙ୍ଗୀ, ପଣ୍ଡିତ ଜ୍ୟୋତିପ୍ରକାଶ ମିଶ୍ର ଭରଦ୍ୱାଜ, ଡ.ସୌଭାଗ୍ୟ କୁମାର ମହାପାତ୍ର, ସ୍ବାଗତିକା ରଥ ପ୍ରମୁଖଙ୍କୁ ଓଡ଼ିଶା ଅପଡେଟ ପକ୍ଷରୁ ଜଗନ୍ନାଥ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ଆଧ୍ୟାତ୍ମିକ ଚର୍ଚ୍ଚା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କୁନି କୁନି ପିଲମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହାପରେ ଉପସ୍ଥିତ ଅତିଥି ଗଣ କୁନି କୁନି ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସମଗ୍ର ସଭାଗୃହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଏବଂ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସୁମନ ଦାସ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *