ଭୁବନେଶ୍ୱର, ୧୫/୭ : ବିଶ୍ୱ ଓଡ଼ିଆ ପରିବାର, ବିୟଣ୍ଡ ହେରିଟେଜ୍ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ପବିତ୍ର ନେତ୍ରୋତ୍ସବ ଓ ଉତ୍କଳମଣି ଗୋପବନ୍ଧୁଙ୍କ ତିରୋଧାନ ଅବସରରେ ସଂସ୍କୃତି ଦୂତ ସମ୍ମାନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟଠାରେ ଅନୁଷ୍ଠିତ ‘ସଂସ୍କୃତିଦୂତ ସମ୍ମାନ ସମାରୋହରେ ସଭାପତିତ୍ୱ କରି ‘ବିଶ୍ୱ ଓଡ଼ିଆ ପରିବାର’ର ଅଧ୍ୟକ୍ଷ ସଜ୍ଜନ ଶର୍ମା କହିଛନ୍ତି ଯେ, ମହାପୁରୁଷଙ୍କର ଜନ୍ମୋତ୍ସବ ଓ ଶ୍ରାଦ୍ଧୋତ୍ସବ କେବଳ କାର୍ଯ୍ୟକ୍ରମରେ ସୀମତି ହୋଇ ନ ରହୁ। ଯେଉଁ ମହାପୁରୁଷଙ୍କ ଉଦ୍ଦେଶ୍ୟରେ ଆମେ କାର୍ଯ୍ୟକ୍ରମ କରୁଛୁ ତାହା, ଆଳଙ୍କାରିକ ପରିବର୍ତ୍ତେ ସେମାନଙ୍କର ବିହିତ କର୍ମକୁ ମାନବ ଧର୍ମ ହିସାବରେ ସାକାର କରିବା ବାଂଚ୍ଛନୀୟ। ବାସ୍ତବରେ ଉତ୍କଳ ମଣି ଗୋପବନ୍ଧୁ ସମଗ୍ର ବିଶ୍ୱରେ ଆମର ମହାନତା ଭାତୃତ୍ୱର ବାର୍ତ୍ତା ପ୍ରଚାର କରିଛନ୍ତି। ତଦନୁସାରେ ବିଶ୍ୱ ଓଡ଼ିଆ ପରିବାର ମହାପୁରୁଷଙ୍କ ଜୟନ୍ତୀ ବା ଶ୍ରାଦ୍ଧ ଦିବସରେ ଯେଉଁମାନେ ପ୍ରବାସରେ ଉତ୍କଳୀୟ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରିବାରେ ବ୍ରତୀ ଅଟନ୍ତି, ସେମାନଙ୍କୁ ଯୋଗ୍ୟ ସମ୍ମାନ ନିମନ୍ତେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜିର କାର୍ଯ୍ୟକ୍ରମରେ ଯେଉଁ ବିଶିଷ୍ଟ ସଂସ୍କୃତି ଉପାସକ ଓ ପ୍ରବାସୀ ସାଧକ ଶ୍ରୀ ଶକ୍ତି ପ୍ରସାଦ ବଡ଼ଜେନାଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ସ୍ଥିର କରାଯାଇଛି।
ସମାରୋହରେ ରାଜ୍ୟ ସଂଗ୍ରହାଳୟର ଅଧ୍ୟକ୍ଷା ଡଃ ଭାରତୀ ପାଲ କହିଲେ ଯେ, ଓଡ଼ିଆ ତଥା ଶ୍ରୀ ଜଗନ୍ନାଥଙ୍କର ଯେଉଁମାନେ ବାହକ ସେମାନେ ବାସ୍ତବରେ ନମସ୍ୟ। ଏହିଭଳି ରାଜ୍ୟ ତଥା ଦେଶ ବାହାରେ ଯେଉଁମାନେ ଓଡ଼ିଶାର ଗୁଣଗାନ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ଦେବା ବିଶ୍ୱ ଓଡ଼ିଆ ପରିବାରର ଏକ ସାଧୁ ଉଦ୍ୟମ ଅଟେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ଯୁବଉଦ୍ୟମୀ ନିହାର ରଂଜନ ପଣ୍ଡା ଉତ୍କଳୀୟ ସଂସ୍କୃତିର ପ୍ରଚାରପ୍ରସାର ଦିଗରେ ଯେଉଁ ପ୍ରୟାସ ହେବ ସେଥିରେ ସେ ସମଭାଗୀ ହେବେ। ମୁଖ୍ୟବକ୍ତା ପ୍ରାଧ୍ୟାପକ ତଥା ଓଡ଼ିଆ ବିଶ୍ୱ ବିଦ୍ୟାଳୟର କୁଳପତି ଡଃ ସତ୍ୟନାରାୟଣ ଆଚାର୍ଯ୍ୟ କହିଛନ୍ତି ଯେ, ଆମ ସଂସ୍କୃତିର ମହାନତାକୁ ବାହାରେ ପରିଚିତ କରାଇବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ସେଥିପାଇଁ ସେ, ଅତ୍ୟନ୍ତ ପ୍ରୀତ ଅଟନ୍ତି। ବିଶେଷ ଓଡ଼ିଆ ଭାଷାର ସୁରକ୍ଷା ଓ ଶୁଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଦୀର୍ଘ ଦିନ ଧରି ରାଜ୍ୟ ବାହାରେ ରହି ସେ ଅନୁଭବ କରିଛନ୍ତି ଯେ ଓଡ଼ିଶା ସମ୍ବନ୍ଧରେ ସାଧାରଣ ଅବଧାରଣା ବିଶେଷ କିଛି ନାହିଁ। ଉତ୍କଳ ତଥା ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପରମ୍ପରା ଓ ଧର୍ମ ଭାବନା ଅନନ୍ୟ ଅଟେ। ଆମକୁ ଏହାର ପ୍ରଚାର ପ୍ରସାର ଦିଗରେ ଅନେକ କିଛି ପ୍ରୟାସ କରିବାକୁ ପଡ଼ିବ। ସେଥିପାଇଁ ସେ ବିଶ୍ୱ ଓଡ଼ିଆ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।
ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ସାହିତ୍ୟ ଏକାଡ଼େମୀର ଡଃ ଚନ୍ଦ୍ରଶେଖର ହୋତା ପବିତ୍ର ନେତ୍ରୋତ୍ସବରେ ସେ ଶ୍ରୀଜଗନ୍ନାଥଙ୍କ ମହାନତା ବିଷଦ ବାଖ୍ୟା କରିଥିଲେ। ସେହିପରି ଉତ୍କଳମଣି ଗୋପବନ୍ଧୁଙ୍କର ଓଡ଼ିଶା ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ପୁନଶ୍ଚ ବିଶ୍ୱ ଓଡ଼ିଆ ପରିବାର ଦୀର୍ଘ ଦିନ ହେଲା ଯେଭଳି ଓଡ଼ିଶାର ସମୃଦ୍ଧି ଯଥା ସଂସ୍କୃତି, ଭାଷା, ପରମ୍ପରା, ଖାଦ୍ୟ ଉପରେ ଯେଉଁ ଅଭିଯାନ ଚଳାଇଛି ସେଥିପାଇଁ ସେ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ବାହାରେ ଓଡ଼ିଶା ସଂସ୍କୃତିର ପ୍ରଚାର ଚଳାଇଥିବା ପ୍ରବାସୀ ସାଧକ ଶ୍ରୀ ଶକ୍ତିପ୍ରସାଦ ବଡ଼ଜେନାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧନାର ଉତ୍ତର ଦେଇ ସେ ଓଡ଼ିଶାର ମହାନ ପରମ୍ପରା, ସଂସ୍କୃତି, ସୌର୍ଯ୍ୟ ତଥା ମହପୁରୁଷଙ୍କ ବିଷୟରେ ବିଦେଶରେ କିପରି ପ୍ରଚାର କରୁଛନ୍ତି ସେ ବିଷୟରେ ବ୍ୟାଖ୍ୟା କରିଥିଲେ।ବିଶିଷ୍ଟ ସାହିତ୍ୟିକ ଶ୍ରୀ ମନୋରଞ୍ଜନ ଷଡ଼ଙ୍ଗୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାବିତ୍ ଡ଼ଃ ପ୍ରୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ବିୟଣ୍ଡ ହେରିଟେଜର୍ ନିର୍ଦ୍ଦେଶକ ଶ୍ୱେତକ ଅଭିଷେକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ଼ଃ ହାଡ଼ିବନ୍ଧୁ ପାଣିଗ୍ରାହୀ,ମନୋରଞ୍ଜନ ପାଣିଗ୍ରାହୀ, ସମ୍ମାନୀତ ପ୍ରତିଭା ଶକ୍ତି ପ୍ରସାଦ ବଡ଼ଜେନାଙ୍କ ପିତା ଧରଣୀଧର ବଡ଼ଜେନା, ପ୍ରାଧ୍ୟାପକ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ମିଶ୍ର,ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାଶ,ଡାକ୍ତର ପ୍ରତାପ ପାଣି,ଭବାନୀ ପ୍ରସାଦ ମିଶ୍ର, ସୁଜିତ କୁମାର ଦାସ, ସୁବ୍ରତ କିଶୋର ନାୟକ, ରୋଷନ ବିଷୋୟୀ, ସୁଭଜ ମହାନ୍ତି, ସଂଗ୍ରାମ ସ୍ୱାଇଁ, ଲକ୍ଷ୍ମଣ ପାଳ ଅକ୍ଷୟ ବଳିଆର ସିଂହ, ଅଞ୍ଜନ ଦେବତା ,କନକଲତା ଭଞ୍ଜ,ଗୀତାରାଣୀ ବେହେରା, ସୁପ୍ରିୟା ଶତପଥୀ, ସ୍ଵାଗତିକା ଧଳ, ପି ଗୌରୀ, ଅନନ୍ୟା ଦାଶ ଆଦି ଉପସ୍ଥିତ ଥିଲେ।













Leave a Reply