ମହାନଦୀରେ ଭାସିଗଲେ ୩ ଯୁବକ : ୨ ଉଦ୍ଧାର

ଭୁବନେଶ୍ବର ,୫/୭ : ମହାନଦୀର ନରାଜ ନିକଟସ୍ଥ ବୁଢ଼ା ବନ୍ଧରେ ରବିବାର ଏକ ଦୁଃଖଦ ଅଘଟଣ ଘଟିଛି। ବୁଢ଼ା ବନ୍ଧ ନିକଟରେ ବୁଲାବୁଲି କରୁଥିବାବେଳେ ୩ଜଣ ଯୁବକ ହଠାତ୍ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକମାନେ ୨ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। କିନ୍ତୁ ଅନ୍ୟ ଜଣେ ଯୁବକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି। ନିଖୋଜ ଯୁବକ ଜଣକ ହେଲେ କଟକ ମାଛୁଆ ବଜାର ଅଞ୍ଚଳର ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣା ପରେ ନଦୀ କୂଳରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି।

Leave a Reply

Your email address will not be published. Required fields are marked *