ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ

ଭୁବନେଶ୍ୱର,୨୬/୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ ବିଜେଡିର ମଙ୍ଗ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଶୁକ୍ରବାର ଶଙ୍ଖ ଭବନରେ ବବି ଦାସ-ସୁଜାତା କାର୍ତ୍ତିକେୟନଙ୍କ ବୈଠକ କରିଛନ୍ତି। ବିଜେଡିରେ ଯୋଗଦେବା ପରେ ବବିଙ୍କୁ ଭେଟିଛନ୍ତି ସୁଜାତା।

ଗତକାଲି ସୁଜାତାଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ବବି ଅନୁପସ୍ଥିତ ଥିଲେ। ଏହାକୁ ନେଇ ଅନେଇ ଆଲୋଚନା ମଧ୍ୟ ହୋଇଥିଲା। କିଛି ଲୋକ ବବି ରାଗିକି ମିଶ୍ରଣ ପର୍ବକୁ ଆସି ନ ଥିବା କହିଥିଲେ। କିନ୍ତୁ ଆଜିର ବୈଠକ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।

Leave a Reply

Your email address will not be published. Required fields are marked *