ଭୁବନେଶ୍ବର, ୨୦/୬ : ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟ ଓ ସମ୍ଭବ ସାହିତ୍ୟ ସଂସଦ ପରିବାର ତରଫରୁ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ପ୍ରଧାନସାହିଠାରେ ଦୀର୍ଘ ୩ଦିନ ଧରି ରଜ ମହୋତ୍ସବ ପାଳିତ ହୋଇଛି । ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡ. ରୋଜାଲିନି ସେନାପତିଙ୍କ ଅଧ୍ୟକ୍ଷତାରେ ଗ୍ରାମ ପରିବେଶରେ ଅତି ଆଡ଼ମ୍ବରରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ପାଦ ପ୍ରଧାନସାହିରେ ପଡିଛି । ପ୍ରଥମ ଦିନ ପ୍ରତିଯୋଗିତା ଓ ଉଦଘାଟନୀ ଉତ୍ସବରେ ବିଶ୍ୱରଂଜନ ବଡ ଜେନା, ଖୋର୍ଦ୍ଧା ଜିଲ୍ଲା ସଭାପତି (ଭାରତୀୟ ଜନତା ପାର୍ଟି), ଏୟାରଫିଲ୍ଡ ଥାନା ଅଧିକାରୀ ଦୀପିକା ଦେବୀ ରୟ, ବି.ଡି.ଓ ବସନ୍ତ କୁମାର ହାତୀ, ସରପଞ୍ଚ ଅନାମ ଚରଣ ସେନାପତି, ସମ୍ଭବ ସାହିତ୍ୟ ସଂସଦର ସଭାପତି ରଂଜିତ କୁମାର ପ୍ରଧାନ, ସମାଜସେବୀ ଆରତ ସୁବୁଦ୍ଧି ଓ ବିକାଶ ମଞ୍ଚ ସଦସ୍ୟମାନେ ଉପସ୍ଥିତ ଥିଲେ।
ଦ୍ୱିତୀୟ ଦିନରେ ସାହିତ୍ୟର ପର୍ବ ଡ. ରୋଜାଲିନି ସେନାପତିଙ୍କର ପୁସ୍ତକ ସମୀକ୍ଷା ଓ କବିତା ପାଠ ମହୋତ୍ସବ ଓ ସମ୍ଭବ ପତ୍ରିକା ଉନ୍ମୋଚନ ଅତିଥି ଡ. ହୃଷିକେଶ ମଲ୍ଲିକ, କାଳିପଦ ପଣ୍ଡା, ପ୍ରମୋଦ କୁମାର ଦ୍ବିବେଦୀ, ପଞ୍ଚାନନ ନାୟକ, ରକ୍ଷକ ନାୟକ, ସୁଶାନ୍ତ ଦାଶ, ଇଂ ବିଜୟ ମିଶ୍ର, ଲଷ୍ମୀ ନାରାୟଣ ଦାଶ ଉପସ୍ଥିତ ଥିଲେ।
ତୃତୀୟ ତଥା ଉଦଯାପନୀ ଉତ୍ସବରେ ଉପଦେଷ୍ଟା ଡ. ପ୍ରସନ୍ନ ପାଟ୍ଟଶାଣି, ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ, ଦୌଡ଼ରାଣୀ ଦୁତି ଚାନ୍ଦ, ସଂଗୀତ ନିର୍ଦେଶକ ସଞ୍ଜୟ ଦାଶ, ବିଜେପି ନେତ୍ରୀ ରଶ୍ମି ମହାପାତ୍ର, ଅଭିନେତ୍ରୀ ପ୍ରିୟଦର୍ଶିନୀ ଓ ବହୁ ଟିଭି ଅଭିନତ୍ରୀ ଉପସ୍ଥିତ ଥିଲେ। ରଜ ରାଜା, ରଜ ପରି, ରଜ ସୁନ୍ଦରୀ, ଓ ଶ୍ରେଷ୍ଠ ଓଡ଼ିଆଣୀ ଘୋଷଣା କରାଯାଇଛି। ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଆରତ ସୁବୁଦ୍ଧି,ସୁକାନ୍ତ ମହାପାତ୍ର, ଇଂ ନାରାୟଣ ବେହେରା ଓ ରାଜେଶ କୁମାର ପାତ୍ରଙ୍କ ସହଯୋଗ କ୍ରମେ ତିନି ଦିନ ବ୍ୟାପି ମହୋତ୍ସବ ଅନୁଷ୍ଠିତ ହୋଇପାରିଛି। ପରିଶେଷରେ ସଭାପତି ରଂଜିତ କୁମାର ପ୍ରଧାନ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।













Leave a Reply