ଭାରତୀୟ ଜ୍ଞାନ ପରମ୍ପରା ଓ ଓଡ଼ିଆ ସାହିତ୍ୟରେ ଏହାର ପ୍ରତିଫଳନ ଆଲୋଚନାଚକ୍ର

ଭୁବନେଶ୍ବର,୨୬/୧୧ : ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର (CESCO), ଭାରତୀୟ ଭାଷା ସଂସ୍ଥାନ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଏକ ଆମନ୍ତ୍ରିତ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ଯକ୍ଷତାରେ NCERTର ପୂର୍ବତନ ପ୍ରଫେସର ତଥା CESCOର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ଆଲୋଚନାରେ ଭାରତୀୟ ଜ୍ଞାନ ପରମ୍ପରାର ବିଭିନ୍ନ ଦିଗ ଏବଂ ଓଡ଼ିଆ ସାହିତ୍ୟରେ ଏହାର ପ୍ରତିଫଳନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଆଜିର ଏହି ଗଭୀର ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ଆମକୁ ଭାରତର ଦୁଇଟି ମହତ୍ତ୍ୱପୂର୍ଣ୍ଣ ବୌଦ୍ଧିକ ପରମ୍ପରା ଭାରତୀୟ ଜ୍ଞାନ ପରମ୍ପରା ଓ ଓଡ଼ିଆ ସାହିତ୍ୟ ମଧ୍ୟରେ ଥି ବା ଗଭୀର ସମ୍ପର୍କକୁ ଅନୁଧ୍ୟାନ କରିବାର ସୁଯୋଗ ଦେଇଛି ବୋଲି କହିବା ସହ ଏହି ସମ୍ପର୍କ କେବଳ ସାହିତ୍ୟରେ ଜ୍ଞାନର ପ୍ରତିଫଳନ ମଧ୍ୟରେ ସୀମିତ ନୁହେଁ । ଏହା ହେଉଛି ଜ୍ଞାନ ଓ ଅଭିବ୍ୟକ୍ତିର, ଦର୍ଶନ ଓ ସା ହିନ୍ଦୁର, ସାଂସ୍କୃତିକ ସ୍ମୃତି ଓ ସାମୂହିକ ପରିଚୟର ଏକ ଅନ୍ତରଙ୍ଗ ସମ୍ପର୍କ ବୋଲି ମତବ୍ୟକ୍ତ କରିଥିଲେ, ଭାରତୀୟ ଜ୍ଞାନ ପରମ୍ପରା ବା Indian Knowledge System (IKS) କହିଲେ ଭାରତୀୟ ଉପମହାଦେଶରେ ବିକଶିତ ଦର୍ଶନ, ବିଜ୍ଞାନ, କଳା, ସାହିତ୍ୟ, ଚିକିତ୍ସା, ବ୍ୟାକରଣ, ଗଣିତ, ଜ୍ୟୋତିର୍ବିଜ୍ଞାନ, କୃଷି, ସ୍ଥାପତ୍ୟ, ସଙ୍ଗୀତ, ନୃତ୍ୟ, ନୀତିଶାସ୍ତ୍ର ଓ ପରିବେଶ ସମ୍ପର୍କିତ ଜ୍ଞାନର ସମୃଦ୍ଧ ପରମ୍ପରାକୁ ବୁଝାଏ । ଏହି ଜ୍ଞାନ କେବଳ ଗ୍ରନ୍ଥ ମଧ୍ୟରେ ସୀମାବଦ୍ଧ ନୁହେଁ; ଏହା ମୌଖକ ପରମ୍ପରା, ଲୋକଜୀବନ, ସାମୁଦାୟିକ ଅଭିଜ୍ଞତା ପର୍ଯ୍ୟବେକ୍ଷଣ, ପ୍ରୟୋଗ ଓ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଅଭ୍ୟାସ ମାଧ୍ଯମରେ ବିକଶିତ ହୋଇଛି। ଓଡ଼ିଶାର ଜ୍ଞାନ ପରମ୍ପରା ଏତେ ସମୃଦ୍ଧ ହୋଇଥିଲେ ମଧ୍ୟ ଏହାର ସଂରକ୍ଷଣ ଓ ଗବେଷଣା ସମ୍ମୁଖରେ ଅନେକ ଆହ୍ଵାନ ରହିଛି ବୋଲି ମତ ବ୍ୟକ୍ତ କରିଥିଲେ, କେନ୍ଦ୍ରର ନିର୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ନିଜର ସଭାପତିତ୍ବ ଭାଷଣରେ ଶତାବ୍ଦୀ ପରେ ଶତାବ୍ଦୀ ଧରି ଓଡ଼ିଆ ସାହିତ୍ୟ ଓଡ଼ିଶାର ଜ୍ଞାନ ପରମ୍ପରାକୁ ସଂରକ୍ଷଣ, ବ୍ୟାଖ୍ୟା, ପ୍ରସାର ଓ ନବରୂପ ପ୍ରଦାନ କରିଆସିଛି ବୋଲି ମତବ୍ୟକ୍ତ କରିଥିଲେ ପରେ ଆୟୋଜିତ ପ୍ରଶ୍ନୋତ୍ତର ପର୍ବରେ ଗବେଷକ ଓ ଅଂଶଗ୍ରହଣକାରୀମାନେ ବିଷୟଭିଭିକ ପ୍ରଶ୍ନ ଓ ମତାମତ ଉପସ୍ଥାପନ କରିଥିଲେ ।

ଏହି ଆଲୋଚନାଚକ୍ରରେ ଡକ୍ଟର ଦେବାଶିଷ ମହାପାତ୍ର,ଡ଼କ୍ଟର କୃଷ୍ଣ ପ୍ରସାଦ ମହାପାତ୍ର, ଡ଼କ୍ଟର ବିବେକାନନ୍ଦ ପାଣିଗ୍ରାହୀ, ଡକ୍ଟର ସଞ୍ଜୟ କୁମାର ବାଗ,କେନ୍ଦ୍ରର ଗବେଷକ ଓ ଗବେଷିକା ଡକ୍ଟର ଗୋବିନ୍ଦ ପେଣ୍ଡୋଇ, ଡକ୍ଟର ଅମ୍ବରୀଶ ଶତପଥୀ, ଡକ୍ଟର ମିତାଲି ମଧୁସ୍ମିତା ମହାନ୍ତି, ଡକ୍ଟର ଜ୍ୟୋତିପ୍ରଭା ମହାନ୍ତି, ଡକ୍ଟର . ହିମାଦ୍ରୀ ତନୟା ମିଶ୍ର, ରୂପଶ୍ରୀ ଧର, ଚେତନା ଦାସ ଓ ସରିତା ମିଶ୍ର ଯୋଗଦେଇଥିଲେ । ଗବେଷିକା ଡ଼କ୍ଟର ମନସା ଶ୍ରୀଚନ୍ଦନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଡକ୍ଟର ପ୍ରମୋଦିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ, ଏଥିସହ ବହୁ ବୁଦ୍ଧିଜୀବୀ ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଆଲୋଚନାର ନୂତନ ଦିଗ ପ୍ରତି ଉତ୍ସାହିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *