ଭୁବନେଶ୍ବର,୨୦/୧୧ : ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଶିକ୍ଷାମନ୍ତ୍ରାଳୟ, ଭାରତ ସରକାର ଭୁବନେଶ୍ବରରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗବେଷିକା ଡକ୍ଟର ପ୍ରମୋଦିନୀ ଜେନା ‘ ଭାଷା ପ୍ରୟୋଗରେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ବିଦଗ୍ଧ ଚିନ୍ତାମଣି : ଏକ ବିଶ୍ଳେଷଣ ସମ୍ପର୍କରେ ଆଲୋଚନା କରିଥିଲେ ।
କବି ଅଭିମନ୍ୟୁଙ୍କର ବହୁମୁଖୀ ଭାଷାଜ୍ଞାନ, ସମୃଦ୍ଧ ଶବ୍ଦଭଣ୍ଡାର ଏବଂ ଅଭିନବ ଶବ୍ଦପ୍ରୟୋଗ କିପରି ‘ବିଦଗ୍ଧଚିନ୍ତାମଣି’କୁ ସାହିତ୍ୟିକ ଗରିମାରେ ମଣ୍ଡିତ କରିଛି, ସେ ତାହାର ବିସ୍ତୃତ ବିଶ୍ଳେଷଣ କରିଥିଲେ ଆଲୋଚନା ଚକ୍ରର ପ୍ରାରମ୍ଭରେ କେନ୍ଦ୍ରର ବରିଷ୍ଠ ଗବେଷକ ଡ଼କ୍ଟର ଅମ୍ବରୀଶ ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ ଗବେଷକ ଗବେଷିକାଙ୍କ ମଧ୍ୟରେ, ଡ଼କ୍ଟର ଗୋବିନ୍ଦ ଚନ୍ଦ୍ର ପେଣ୍ଡୋଇ, ଡକ୍ଟର ମନସା ଶ୍ରୀଚନ୍ଦନ, ଡକ୍ଟର ଜ୍ୟୋତିପ୍ରଭା ମହାନ୍ତି, ଡକ୍ଟର ହିମାଦ୍ରୀ ତନୟା ମିଶ୍ରଙ୍କ ସହ ରୂପଶ୍ରୀ ଧର, ଚେତନା ମହାନ୍ତି, ସରିତା ମିଶ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗଦେଇ ବିଷୟଭିରିକ ଆଲୋଚନାକୁ ସମୃଦ୍ଧ କରିଥିଲେ I ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ପରେ ଆଲୋଚିତ ବିଷୟର ଗୁରୁତ୍ବ ଉପସ୍ଥାପନ କରି ଏଭଳି ଶିକ୍ଷାଭିଲିକ ଆଲୋଚନାଚକ୍ର ଗବେଷଣାର ଗୁଣାତ୍ମକ ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ ପରିଶେଷରେ ବରିଷ୍ଠ ଗବେଷିକା ଡ଼କ୍ଟର ମିତାଲି ମଧୁସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।













Leave a Reply