ବାତ୍ୟା ପାଇଁ ଘୁଞ୍ଚିଲା ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା

ଭୁବନେଶ୍ବର ୨୦/୧୧ : ବାତ୍ୟା ଅକଭାନର ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୨୧ ଓ ୨୩ ତାରିଖରେ State Selection Board (SSB) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା । ଏହି ପରୀକ୍ଷାକୁ (CBT Examination) ଅନୁଷ୍ଠିତ କରିବା ପାଇଁ ଆଜି SSB ପକ୍ଷରୁ ନୂତନ ତାରିଖ ପ୍ରକାଶିତ ହୋଇଛି।

ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ନଭେମ୍ବର ୨୧ ଓ ୨୩ ତାରିଖ ପରିବର୍ତ୍ତେ ଡିସେମ୍ବର ୩ ଓ ୪ ତାରିଖ ଦିନ ପରୀକ୍ଷା ଅନୁଷ୍ଠିତ ହେବ। ଏଥିସହ ପୂର୍ବରୁ SSB ପକ୍ଷରୁ ନିର୍ଦ୍ଧାରିତ ଥିବା ନଭେମ୍ବର ୨୫, ନଭେମ୍ବର ୨୭, ଡିସେମ୍ବର ୧ ଓ ଡିସେମ୍ବର ୨ ତାରିଖ ଦିନ ମଧ୍ୟ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *