ବାଲିଯାତ୍ରା ପଡ଼ିଆ ନୋ-ଡ୍ରୋନ୍ ଜୋନ୍ ଘୋଷିତ

ଭୁବନେଶ୍ବର,୨୦/୧୧ : ଚଳିତ ବର୍ଷ କଟକ ବାଲିଯାତ୍ରା ଉତ୍ସବକୁ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟ ଓ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ବାଲିଯାତ୍ରାକୁ ଆସିବାକୁ ଥିବା ଭିଭିଆଇପି, ଭିଆଇପିଙ୍କ ସୁରକ୍ଷା ନିମନ୍ତେ ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ୫ କିଲୋମିଟର ପରିଧିକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି । ଶୁକ୍ରବାର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଏହି ମର୍ମରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ବିଜ୍ଞପ୍ତି ଅନୁସାରେ, ନଭେମ୍ବର ୨୨ରୁ ଡିସେମ୍ବର ୩ତାରିଖ ପର୍ଯ୍ୟନ୍ତ ନୋ-ଡ୍ରୋନ୍ ଜୋନ୍ ଅଞ୍ଚଳ ମଧ୍ୟରେ ପାରା ଗ୍ଲାଇଡର୍, ପାରା ମୋଟର୍, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ମନୁଷ୍ୟରହିତ ବାୟବୀୟ ଯାନ (ୟୁଏଭି) ଏବଂ ଡ୍ରୋନ୍ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନିର୍ଦ୍ଧାରିତ ଅଞ୍ଚଳ ଓ ସମୟସୀମା ମଧ୍ୟରେ ଏଭଳି ଉପକରଣ ବ୍ୟବହାର କରିବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥାମାନେ ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *