ଆକ୍ସନ ମୁଡ଼ରେ ଶ୍ରୀମନ୍ଦିର ପ୍ରଶାସନ, ବିକ୍ରେତାଙ୍କ ନାଁରେ FIR

ଭୁବନେଶ୍ବର,୧୨/୧୧ : ଆଉ ଶ୍ରୀମନ୍ଦିର ବାହାରେ ମହାପ୍ରସାଦର ମର୍ଯ୍ୟାଦାକୁ କରାଯିବ ନି ଅବମାନନା। ଆକ୍ସନ ମୁଡ୍ ରେ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ବାହାରେ ଖଲିପତ୍ରରେ ମହାପ୍ରସାଦ ବିକ୍ରି ଘଟଣାକୁ ନେଇ ଭକ୍ତଙ୍କ ଭାବାବେଗ, ମହାପ୍ରଭୁ ଓ ଶ୍ରୀମହାପ୍ରସାଦ ପ୍ରତି ଅପମାନକୁ ନେଇ ତୁମ୍ବିତୋଫାନ ହେବାପରେ ଆକ୍ସନ ମୁଡ୍ କୁ ଆସି ସମ୍ପୃକ୍ତ ବିକ୍ରେତାଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ତେବେ ଭକ୍ତଙ୍କ ଗହଳିର ସୁଯୋଗ ନେଇ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ଘଟଣାକୁ ନିୟମ ବିରୋଧୀ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ତେଵେ କାର୍ତ୍ତିକ ମାସ ପରେ ଆନନ୍ଦବଜାରରେ ଶୃଙ୍ଖଳିତ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ।

Leave a Reply

Your email address will not be published. Required fields are marked *