ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୬/୧୦: ଆଜି ଶପଥ ନେବେ ନବନିର୍ବାଚିତ ଛାତ୍ର ପ୍ରତିନିଧି । ୮ ବର୍ଷ ପରେ କ୍ୟାମ୍ପସ ଗଣତନ୍ତ୍ର ଫେରିଲା। ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ, ଆଜି ଶପଥ ଗ୍ରହଣ ସହ ଶେଷ ହେବାକୁ ଯାଉଛି । ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ର ପ୍ରତିନିଧିମାନେ ଆଜି ନିଜ ନିଜ ଶିକ୍ଷାନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ ।
ରାଜ୍ୟର ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ୨୦୧୮ ମସିହା ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଚଳିତ ବର୍ଷ ନିର୍ବାଚନ ପୁନର୍ବାର ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିନିଧି ଚୟନ କରିବାର ସୁଯୋଗ ପାଇଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ କ୍ୟାମ୍ପସରେ ପ୍ରଚାର, ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଏବଂ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜନୈତିକ ସକ୍ରିୟତା ଦେଖିବାକୁ ମିଳିଥିଲା । କେତେକ ଶିକ୍ଷାନୁଷ୍ଠାନରେ ଉତ୍ତେଜନା ଓ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।
ଦଶହରା ଛୁଟି ପୂର୍ବରୁ ଶପଥ ଗ୍ରହଣ ସହ ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନର ଔପଚାରିକ ପ୍ରକ୍ରିୟା ଶେଷ ହେବ ।













Leave a Reply