ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ, ୧୫/୧୦: ଶେଷ ହେଲା ଛାତ୍ର ସଂସଦ ନିର୍ବାଚନ । ଆସିଲା ଭୋଟିଂ ଫଳାଫଳ। ବିଭିନ୍ନ କଲେଜରେ ନିଜ ନିଜ ସଂଗଠନର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅଧିକାଂଶ କଲେଜରେ ABVP ବାଜିମାତ୍ କରିଛି ।
ଭୁବନେଶ୍ୱର ବିଜେବି କଲେଜ, ରାଜଧାନୀ କଲେଜ ଓ ଜୟଦେବ କଲେଜରେ ABVP ବିଜୟୀ ହୋଇଛି । ସେହିପରି ଅନୁଗୁଳ ମହିଳା କଲେଜ, ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ କଲେଜ, କେନ୍ଦ୍ରାପଡ଼ାର ମାର୍ଶାଘାଇ ଓ ଅନ୍ତେଇ କଲେଜ, କଟକ କିଶୋର କଲେଜ, ଅନ୍ତେଇର ବିଜୁ ପଟ୍ଟନାୟକ କଲେଜ ଏବଂ ଧାମନଗର କଲେଜରେ ମଧ୍ୟ ABVP ବିଜୟୀ ହୋଇଛି ।
ଅନ୍ୟପଟେ ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ କଲେଜ, ଝାରସୁଗୁଡ଼ା, ବାସୁଦେବପୁର କଲେଜ ଓ କମଳା ନେହରୁ କଲେଜରେ BCJD ବିଜୟୀ ହୋଇଛି।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୫ରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଅକ୍ଟୋବର ୯ରେ ନାମାଙ୍କନ ଦାଖଲ ହୋଇଥିଲା।












Leave a Reply