ଭୁବନେଶ୍ୱର/ବ୍ୟୁରୋରିପୋର୍ଟ, ୧୫/୧୦: ଆଜି ଛାତ୍ର ସଂସଦ ନିର୍ବାଚନ । ନିଜ ନେତା ବାଛିବେ ଛାତ୍ର | ଏନେଇ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟିଂ ପକ୍ରିୟା । ୩୪୬ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ।
୮ ବର୍ଷ ପରେ ଫେରିଲା କ୍ୟାମ୍ପସ ଗଣତନ୍ତ୍ର। ରାଜ୍ୟର ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ଆଜି ଭୋଟ୍। ସକାଳ ୮ଟାରୁ ଦିନ ୨ଟା ଯାଏଁ ମତଦାନ, ୨ଟା ପରେ ଗଣତି ଓ ଫଳ ଘୋଷଣା।
ମଇଦାନରେ ଅଛନ୍ତି ୬୮୯୧ ପ୍ରାର୍ଥୀ। ଯାହାଙ୍କ ଭାଗ୍ୟ ଫଳ ଆଜି ପ୍ରକାଶ ପାଇବ |ଶାନ୍ତି ଶୃଂଖଳାରେ ନିର୍ବାଚନ ପାଇଁ କ୍ୟାମ୍ପସରେ ପୋଲିସ ଛାଉଣୀ ରହିଛି । ତେବେ କିଛି କଲେଜ, ବିଶ୍ଵ ବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ମଇଦାନରେ ଅଛନ୍ତି ୮୬୬ ଜଣ ସଭାପତି, ୬୧୬ ଜଣ ସାଧାରଣ ସଂପାଦକ ଓ ୧୭୬ଜଣ ଉପସଭାପତି ପ୍ରାର୍ଥୀ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି ।
ବିଜୟୀ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରେ ଶପଥ ଗ୍ରହଣ କରିବେ ।












Leave a Reply