ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ, ୧୪/୧୦: ଛାତ୍ର ସଂସଦ ନିର୍ବାଚନକୁ ନେଇ ପଡୁଛି ଉଠୁଛି ମହାବିଦ୍ୟାଳୟ । ନିର୍ବାଚନୀ ପ୍ରଚାର ଶେଷ ହୋଇଥିବା ବେଳେ ଆଜି ଶେଷ ହୋଇଛି ହ୍ଵାଏ ଆଇ ଷ୍ଟାଣ୍ଡ ଫର ମିଟିଂ । ଆସନ୍ତାକାଲି ହେବ ମତଦାନ ପକ୍ରିୟା । ତେବେ ଏହାରି ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସବୁ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିନା ହିଂସାରେ ନିର୍ବାଚନ ଶେଷ କରିବାକୁ ନିବେଦନ କରିଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ନେତୃତ୍ୱକୁ ଉପଯୁକ୍ତ ସୁଯୋଗ ଦିଆଯାଇଛି । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣିଥରେ ଆରମ୍ଭ କରାଯାଉଛି । ତେଣୁ ଏହି ନିର୍ବାଚନରେ ଯେଉଁମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସମସ୍ତଙ୍କୁ ଶୁଭେଚ୍ଛା । ଆସନ୍ତାକାଲି ସମାଜ, ରାଜ୍ୟ ଓ ଦେଶକୁ ନେତୃତ୍ୱ ଦେବାରେ ସହାୟକ ହେବ । ତେଣୁ ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ନିର୍ବାଚନ ହେଉଛି, ସେଠାକାର ଛାତ୍ରଛାତ୍ରୀ ବିନା ହିଂସାରେ ଗଣତନ୍ତ୍ରର ଏହି ଅନୁଭବରେ ସାମିଲ ହୁଅନ୍ତୁ । ଶାନ୍ତି ଓ ଶୃଙ୍ଖଳାର ସହ ନିଜର ମତଦାନ କରନ୍ତୁ ।
ଅନ୍ୟପଟେ, ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ଉପରେ ନିୟମିତ ନଜର ରଖାଯାଇଛି ।












Leave a Reply